November 14, 2024

ଚାଉଳ ସହ ଗହମ ମିଳିବ,ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା

1 min read

ଭୁବନେଶ୍ୱର: ରାଜ୍ୟରେ ପିଡିଏସ୍‌ ହିତାଧିକାରୀଙ୍କୁ ଗହମ ମିଳିବା ବନ୍ଦ ରହିଥିଲା। ହେଲେ ଆସନ୍ତା ବର୍ଷରୁ ସେମାନଙ୍କୁ ଚାଉଳ ସହ ଗହମ ମିଳିବ । ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ ବୋଲି ଗୁରୁବାର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, କିଛି ହିତାଧିକାରୀ ଗହମ ଚାହୁଁଥିବା ବେଳେ କିଛି ଚାହୁଁନାହାନ୍ତି। ଏବେ ଗହମ ଆସିଛି, ସରକାରୀସ୍ତରରେ କାମ ବାକି ଥିବାରୁ ୨ ମାସ ବିଳମ୍ବ ହେବ । କେଉଁ ଜିଲାକୁ କେତେ ଗହମ ଆବଶ୍ୟକ ତାହାର ତଥ୍ୟ ସମ୍ପୃକ୍ତ ଜିଲାର ଜିଲାପାଳ ଦେବେ । ଅନ୍ୟପକ୍ଷରେ ୮୫% ରାସନକାର୍ଡରେ ଇ-କେୱାଇସି ଶେଷ ହୋଇଛି । ପୂରା ଶେଷ ହେବାକୁ ଆଉ ୧୫ ଦିନ ଲାଗିବ । ୧୬ ଲକ୍ଷରୁ ଉର୍ଦ୍ଧ୍ୱ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଲେଣି ବୋଲି ସେ ସୂଚନା ଦେଇଛନ୍ତି ।