September 8, 2024

ହ୍ୱାଟ୍ସଆପ୍ ଆଣୁଛି ନୂଆ ଫିଚର୍

1 min read

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ ଆଣୁଛି ନୂଆ ଫିଚର୍। ହ୍ୱାଟ୍ସଆପ୍ ନିକଟରେ ନିଜର ୟୁଆଇରେ କିଛି ପରିବର୍ତ୍ତନ କରିଛି। ଏହା ପରେ ବ୍ୟବହାରକାରୀଙ୍କୁ ଆଇଓଏସ ଓ ଆଣ୍ଡରଏଡ୍ ଉଭୟରେ ଗୋଟିଏ ପ୍ରକାରର ଅନୁଭବ ମିଳି ପାରୁଛି।ଏହା ବ୍ୟତୀତ କମ୍ପାନୀ ନୂଆ ଡାର୍କ ମୋଡ୍ ଓ ଅନ୍ୟ ଫିଚର୍ ଯୋଡିଛି। ଏବେ ହ୍ୱାଟ୍ସଆପ ଏକ ବଡ ପରିବର୍ତ୍ତନ ଚାଟ୍ ବବଲର ରଙ୍ଗରେ କରିବାକୁ ଯାଉଛି।


ରିପୋର୍ଟ ଅନୁଯାୟୀ, ମେଟାର ଇନଷ୍ଟାଣ୍ଟ ମେସେଜିଙ୍ଗ୍ ପ୍ଲାଟଫର୍ମ ଏକ ନୂଆ ଥିମ୍ ଫିଚରରେ କାମ କରୁଛି। ଏହାର ସାହାଯ୍ୟରେ ଉପଭୋକ୍ତା ଚାଟ୍ ବବଲର ରଙ୍ଗକୁ ବଦଳାଇ ପାରିବେ। wabetainfo ଅନୁଯାୟୀ, ହ୍ୱାଟ୍ସଆପ୍ ଖୁବ୍ ଶୀଘ୍ର ଚାଟ୍ ବବଲ ରଙ୍ଗକୁ ନେଇ ଫିଚର୍ ଯୋଡି ପାରିବ। ଉପଭୋକ୍ତାଙ୍କୁ ୫ଟି ରଙ୍ଗରେ ଚୟନ କରିବାକୁ ବିକଳ୍ପ ମିଳି ପାରିବ। ରିପୋର୍ଟ ଅନୁଯାୟୀ, ଏହି ଫିଚର୍ ପରେ ଉପଭୋକ୍ତାଙ୍କୁ ଅଧିକ ପର୍ସନଲାଇଜ ଅନୁଭବ ମିଳିବ।


ଏହା ବ୍ୟତୀତ ଆପ୍ ଅନେକ ଫିଚର୍ ଉପରେ ମଧ୍ୟ କାମ କରୁଛି। ଖୁବ୍ ଶୀଘ୍ର ହ୍ୱାଟ୍ସଆପ୍ ବ୍ୟବହାରକାରୀ ଅନ୍ୟ ବ୍ୟବହାରକାରୀଙ୍କ ପ୍ରୋଫାଇଲ୍ ଫଟୋର ସ୍କ୍ରିନସଟ୍ ନେବାରେ ମଧ୍ୟ ରୋକ୍ ଲଗାଇ ପାରିବ। ଏହି ଫିଚର୍ ଉପରେ ଆପ୍ ଅନେକ ଦିନରୁ କାମ ଆରମ୍ଭ କରି ସାରିଛି। ବ୍ୟବହାରକାରୀଙ୍କ ଗୋପନୀୟତାକୁ ଦେଖି ଆପ୍ ପ୍ରୋଫାଇଲ୍ ଫିଚରର ସ୍କ୍ରିନସଟ୍ ଉପରେ ରୋକ ଲଗାଇବାକୁ ଯାଉଛି।
ହ୍ୱାଟ୍ସଆପ୍ ବର୍ଜନରେ ଏହି ଫିଚରକୁ ଦେଖାଯାଇଛି। ହ୍ୱାଟ୍ସଆପ୍ ଗତ କିଛି ଦିନ ତଳେ ନିଜ ଆପରେ ମେଟା ଏଆଇର ଫିଚର୍ ଯୋଡି ସାରିଛି। ମାତ୍ର ଦେଶରେ ସମସ୍ତ ଉପଭୋକ୍ତାଙ୍କ ନିକଟରେ ଏହି ଫିଚର୍ ନାହିଁ।

Leave a Reply

Your email address will not be published. Required fields are marked *