September 7, 2024

ସାରା ରାଜ୍ୟରେ ଉଠିଛି ସ୍ୱର, ନବୀନ ସରକାର ବଦଳିବା ଦରକାର: ମନମୋହନ ସାମଲ

1 min read

ଭୁବନେଶ୍ୱର:ବିଜେଡି ସରକାର ସଙ୍କଟ ଦେଇ ଗତି କରୁଛି | ନବୀନ ସରକାର ନେତୃତ୍ୱ ଅଭାବ, ଇଛା ଶକ୍ତିର ଅଭାବ, ସ୍ପଷ୍ଟତା ଓ ଗଣତନ୍ତ୍ରର ଅଭାବ ରୁ ସରକାର ସଙ୍କଟ ଦେଇ ଗତି କରୁଛି,ରାଜ୍ୟ ସରକାର ସବୁ ଦୃଷ୍ଟିରୁ ବିଫଳ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାମଲ କହିଛନ୍ତି |ଦଳ ଓ ସରକାରରେ ନେତୃତ୍ୱ ଅଭାବ ରହିଛି ବିଜେଡି ସରକାର ତିନି ଥର ନିର୍ବାଚନୀ ଇସ୍ତାହାରରେ ଜଳସେଚନ ନେଇ ବଡ ବଡ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସିଟା ବି ପୂରଣ କରିନାହାନ୍ତି ୨୫ବର୍ଷରେ ନବୀନ ଯାହା କରିନାହାନ୍ତି ବିଜେପି ସରକାର ୫ବର୍ଷ ତାହା କରି ଦେଖାଇବ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଲେ ଧାନ କିଣାରେ ସ୍ୱଚ୍ଛତା ରହିବ । ସବୁ ଧାନ ସରକାର କିଣିବେ । କୌଣସି କଟନୀ ଛଟନୀ ହେବ ନାହିଁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହ ଟଙ୍କା ହେବ । ଚାଷୀର ରୋଜଗାର ୩ଗୁଣା ବୃଦ୍ଧି ହେବ । ଡିବିଟି ମାଧ୍ୟମରେ ୪୮ଘଂଟାରେ ଚାଷୀ ଟଙ୍କା ପାଇବେ ।

ଓଡ଼ିଶାର ଚାଷୀ ମାସକୁ ୫ହଜାର ଟଙ୍କା ରୋଜଗାର କରୁଥିବାବେଳେ ପଞ୍ଜାବର ଚାଷୀ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଓଡ଼ିଶାରେ ମାତ୍ର ୧୭ଭାଗ ଜମିରେ ଜଳସେଚନ ହୋଇଛି । ଭାରତୀୟ ଜନତା ପାର୍ଟି ଓଡ଼ିଶାରେ କ୍ଷମତାକୁ ଆସିଲେ ଧାନ କିଣାରେ ସ୍ୱଚ୍ଛତା ରହିବ
, ରାଜ୍ୟ ସରକାରଙ୍କ ଆଳୁ ମିଶନ, ପିଆଜ ମିଶନ ଫେଲ ହୋଇଛି । କାଳିଆ ଯୋଜନାରେ ୭୫ଲକ୍ଷ ଚାଷୀଙ୍କୁ ସହାୟତା ଦେବାକୁ କୁହାଯାଇଥିଲା, ହେଲେ ୪୪ଲକ୍ଷ ଚାଷୀଙ୍କୁ ଏହି ସୁବିଧା ମିଳିଲା । ରାଜ୍ୟରେ ସବୁ ଖାଦ୍ୟ ପ୍ରକ୍ର୍ରିୟାକରଣ ଶିଳ୍ପ ବନ୍ଦ ହୋଇଗଲା । ନକଲି ଚାଷିମାନଙ୍କ ଦ୍ୱାରା କୋଟି କୋଟି ଟଙ୍କା ହେରଫେର ହେଉଛି । ଧାନ ଏବଂ ଅନ୍ୟ ଫସଲଗୁଡିକର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଉନାହାନ୍ତି ।
ଦଲାଲ ଏବଂ ମିଲରମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି ଓଡ଼ିଶାର ଚାଷୀ ।
୨୦୧୪ରେ ୧୦ଲକ୍ଷ ହେକ୍ଟର ଜଳସେଚନ ହେବ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା । ସେହିପରି ୨୦୧୯ରେ ୩୫ପ୍ରତିଶତ ଜମିରେ ଜଳସେଚନ ହେବ ବୋଲି କୁହାଯାଇଥିଲା, ମାତ୍ର ମହାନଦୀରେ ବ୍ୟାରେଜ ହୋଇପାରିଲା ନାହିଁ । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ବିଧାନସଭାରେ ମନ୍ତ୍ରୀ କହିଲେ, ବ୍ୟାରେଜ ନିର୍ମାଣ ପାଇଁ କୌଣସି ଯୋଜନା ନାହିଁ । ୨୦୨୯ସୁଦ୍ଧା ୧୦୦ପ୍ରତିଶତ ଜମି ଜଳସେଚିତ ହେବ । ମହାନଦୀରେ ବ୍ୟାରେଜ ଏବଂ ଚେକ୍ ଡ୍ୟାମ ତିଆରି ହେବ ।
ପ୍ରତି ବ୍ଲକରେ ଅତିକମ୍‌ରେ ଗୋଟିଏ ଶୀତଳ ଭଣ୍ଡାର ହେବ । କୃଷି ଭିତିକ ଶିଳ୍ପ ପ୍ରତି ବ୍ଲକରେ ହେବ । ପିଏମ କିଷାନ ଯୋଜନାରେ ସବୁ ଚାଷୀଙ୍କୁ ସାମିଲ କରାଯିବ । ଫସଲ ବୀମା ୧୦୦ ପ୍ରତିଶତ ହେବ । ପ୍ରତି ବ୍ଲକରେ କୃଷି ସମୃଦ୍ଧି କେନ୍ଦ୍ର ଖୋଲାଯିବ, ବନ୍ଦ ହୋଇଥିବା ଚିନି କଳ ଓ ସୂତା କଳ ଆରମ୍ଭ କରାଯିବ । ନୂଆ ଚିନି ଓ ସୂତା କଳ ମଧ୍ୟ ତିଆରି କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଖୋଦ ନିର୍ବାଚନ ମଣ୍ଡଳୀରେ ଶୀତଳ ଭଣ୍ଡାର ନାହିଁ କି ଚାଷୀଙ୍କୁ କୌଣସି ସୁବିଧା ନାହିଁ, ବିଜେପି ସରକାର ଆସିଲେ ହିଞ୍ଜିଳି ଅଂଚଳରେ ବିକାଶ ହେବ ବୋଲି ରାଜ୍ୟ ସଭାପତି ମତ ପ୍ରକଶ କରିଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଅନିଲ ବିଶ୍ୱାଳ ଓ ଜ୍ଞାନେନ୍ଦ୍ର ବେଉରା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *