September 8, 2024

ପ୍ରଜାକୋର୍ଟରେ ଗ୍ରାମବାସୀଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ

1 min read

କୋରାପୁଟ : ପୋଲିସ ଇନଫର୍ମର ସନ୍ଦେହରେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଘଟଣାଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲା ଅନ୍ତର୍ଗତ କିଷ୍ଟବରମ ଜଙ୍ଗଲରେ । ମାଓବାଦୀମାନେ ଉକ୍ତ ୩ ଜଣ ଗ୍ରାମବାସୀଙ୍କୁ ପ୍ରଜାକୋର୍ଟରେ ମାଡ଼ ମାରିବା ପରେ ଜଣକୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ଯୁବକଙ୍କ ନାଁ ମାଣ୍ଡବୀ ରାଜରାଵ | ଅନ୍ୟ ୨ ଜଣ ଯୁବକଙ୍କୁ ନିର୍ଘାତ ମାଡ଼ ମାରି ଗୁରୁତର କରିଛନ୍ତି |

ସୂଚନା ଅନୁସାରେ, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକମା ଅଞ୍ଚଳରୁ ୩ ଜଣ ଗ୍ରାମବାସୀଙ୍କୁ ମାଓବାଦୀମାନେ ଦୁଇଦିନ ତଳେ ଇନଫର୍ମର ସନ୍ଦେହରେ ଅପହରଣ କରିନେଇଥିଲେ। ଏହା ପରେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ ଏବଂ ଯବାନଙ୍କ ପକ୍ଷରୁ କିଷ୍ଟବରମ ଜଙ୍ଗଲରେ କୋମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ସୂଚନାନୁସାରେ,ଗତ ଏପ୍ରିଲ ୧୯ ତାରିଖରେ ପୋଲିସ ଇନ୍ଫୋର୍ମର ସନ୍ଦେହରେ ନାୟବ ସରପଞ୍ଚ ପଞ୍ଚମ ଦାସଙ୍କୁ ଗୁଳିକରି ହତ୍ୟା କରିଥିଲେ ମାଓବାଦୀ |ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଫରସପୁରରେ ଏହି ଘଟଣା ଘଟିଥିଲା |

Leave a Reply

Your email address will not be published. Required fields are marked *