October 18, 2024

ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ

1 min read

ପାଟଣା : ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ। ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତ ମଲ୍ଲୀପଶି ଗ୍ରାମ ଭୂମିଜ ସାହିର ବାସିନ୍ଦାମାନେ। ଏହି ସାହିରେ ସାଧାରଣତଃ ଗରିବ ଦିନ ମଜୁରିଆ ବସବାସ କରି ରହୁଛନ୍ତି। ହେଲେ ପିଇବା ପାଣି ପାଇଁ କୌଣସି ସୁବିଧା ନଥିବାରୁ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ୩୦ ରୁ ଉର୍ଦ୍ଧ୍ବ ପରିବାର ରହୁଥିବାବେଳେ ସମସ୍ତେ ଏକମାତ୍ର ନଳକୂପ ଉପରେ ଭରସା କରନ୍ତି । ହେଲେ ଆଜକୁ ୧୫ ଦିନ ହେବ ଉକ୍ତ ନଳକୂଅଟି ଅଚଳ ହୋଇପଡିଛି। ପଞ୍ଚାୟତରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ମରାମତି ହୋଇ ପାରିନାହିଁ। ତୁରନ୍ତ ନଳକୂଅଟି ମରାମତି ନହଲେ ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସାହିବାସୀ ଚେତାବନୀ ଦେଇଛନ୍ତି।