October 18, 2024

ଆତଙ୍କବାଦୀଙ୍କ ଦ୍ୱାରା ଗୁଳି ମାଡ଼ର ଶିକାର

1 min read

ଶ୍ରୀନଗର: ଗୁରୁବାର ଦିନ ଜମ୍ମୁ କଶ୍ମୀରର ଜେନାପୋରା ସୋପିଆନ୍ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସଂପୃକ୍ତ ଅଞ୍ଚଳରେ ଜଣେ ଅଣ-ସ୍ଥାନୀୟ ଲୋକ ଆତଙ୍କବାଦୀଙ୍କ ଦ୍ୱାରା ଗୁଳି ମାଡ଼ର ଶିକାର ହୋଇଛନ୍ତି।

ଆତଙ୍କବାଦୀଙ୍କ ଗୁଳିମାଡ଼ ଅଣ-ସ୍ଥାନୀୟ ବ୍ୟକ୍ତିଙ୍କ ଶରୀରରେ ବାଜିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ଘଟିବା ପରେ ପୀଡିତଙ୍କ ମୃତଦେହକୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଘଟଣାର ତଦନ୍ତ ଆରମ୍ଭ କରିବା ପାଇଁ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ।