November 22, 2024

ଉତ୍ତରପ୍ରଦେଶ ଜାଲ ନୋଟ କାରବାର : ଓଡିଶା ଲିଙ୍କ

1 min read

ଭଦ୍ରକ : ଉତ୍ତରପ୍ରଦେଶ ଜାଲ ନୋଟ କାରବାରରେ ଓଡିଶା ଲିଙ୍କ । ଭଦ୍ରକରୁ ଗିରଫ ହେଲା ମାଷ୍ଟର ମାଇଣ୍ଡ । ପ୍ରୟାଗରାଜରେ ଥିବା ଏକ ମଦ୍ରାସା ରେ ଚାଲିଥିଲା ଜାଲ ନୋଟ କାରବାର I ଏହାର ମାଷ୍ଟରମାଇଣ୍ଡ ଥିଲା ଭଦ୍ରକ ଜିଲ୍ଲା ବାସୁଦେବପୁର ଶୁକଦେବପୁର ଗ୍ରାମର ଜାହିର ଖାଁ । ତାଙ୍କ ବାପାଙ୍କ ନାଁ ସାଜିଦ ଖାନ୍ । ଜାହିର ଆଜକୁ ୭ ବର୍ଷ ହେବ ପ୍ରୟାଗରାଜ ମାଦ୍ରାସରେ ରହି ମୌଲାନା ପାଠ ପଢ଼ୁଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। ଗତ ୮ ଦିନ ପୂର୍ବରୁ ପୁଅ ଜାହିରକୁ ଜାଲ ନୋଟ କାରବାରରେ ପୁଲିସ୍ ଗିରଫ କରିଥିବା କହିଛନ୍ତି ବାପା ସାଜିଦ। ପୁଅ ଯଦି ଜାଲ ନୋଟ୍ କାରବାରରେ ସଂପୃକ୍ତ ଥିବ ତାହାହେଲେ ତାକୁ କଡ଼ା ଦଣ୍ଡ ମିଳିବା ଦରକାର କହିଛନ୍ତି ତାଙ୍କ ବାପା ।’ଘଟଣାକୁ ନେଇ ବାସୁଦେବପୁର ପୁଲିସ୍ ସାଜିଦକୁ ପଚରାଉଚରା ଜାରି ରଖିଛି ।
ସୂଚନାନୁସାରେ, ବିଶ୍ଵସ୍ତସୂତ୍ରରୁ ଖବର ପାଇଗତ ୨୮ ତାରିଖରେ ଉକ୍ତ ମଦ୍ରାସା ଉପରେ ଚଢ଼ାଉ କରିଥିଲା ପ୍ରୟାଗରାଜ ପୋଲିସ । ଚଢ଼ାଉ ସମୟରେ ସେଠାରୁ କୋଟିକୋଟି ଟଙ୍କାର ଜାଲ ନୋଟ ସହିତ ବହୁ ଆପତ୍ତି ଜନକ ତଥ୍ୟ ପୋଲିସ ହାତରେ ଲାଗିଥିଲା । ମଦ୍ରାସା ଭିତରୁ ଆରଏସଏସ୍ ବିରୁଦ୍ଧରେ ଅପପ୍ରଚାର ପାଇଁ ପୁସ୍ତକ ମଧ୍ୟ ପ୍ରକାଶିତ ହେଉଥିବା ଜଣାପଡିଛି। ତେବେ ଏହି ଘଟଣାରେ ପୋଲିସ ଓଡ଼ିଶାର ଜାହିର ଖାଁଙ୍କ ସହିତ ୪ ଜଣଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *