ଟ୍ରମ୍ପଙ୍କ ଶୁଳ୍କ କଟକଣା ତାଲିକାରୁ ଭାରତ ବାଦ୍
1 min readୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ଶୁକ୍ରବାର ଭାରତ ସମେତ ଚୀନ୍, ମେକ୍ସିକୋ ଏବଂ କାନାଡା ବିରୋଧରେ ଶୁଳ୍କ କଟକଣା ଘୋଷଣା କରିଥିଲେ। ବାଣିଜ୍ୟିକ ନିଅଣ୍ଟ ସ୍ଥିତି ସୁଧାରିବାକୁ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି। ତେବେ ପରବର୍ତ୍ତୀ ସମୟରେ ଟ୍ରମ୍ପ ଏହି ତାଲିକାରୁ ଭାରତକୁ ବାଦ ଦେଇଛନ୍ତି। ସୂଚନା ମୁତାବକ ଆମେରିକାର ବାଣିଜ୍ୟିକ ନିଅଣ୍ଟ ପାଇଁ ଏହି ଚାରିଟି ରାଷ୍ଟ୍ରର ଅବଦାନ ସବୁଠାରୁ ଅଧିକ। ଚୀନ୍ର ଅବଦାନ ୩୦.୨ ପ୍ରତିଶତ ଥିବାବେଳେ ଏହାପଛକୁ ମେକ୍ସିକୋ (୧୯ ପ୍ରତିଶତ), କାନାଡା (୧୪ ପ୍ରତିଶତ) ଏବଂ ଭାରତ (୩.୨ ପ୍ରତିଶତ) ରହିଛନ୍ତି।
ଭାରତର ଅବଦାନ ଏତେଟା ଉଲ୍ଲେଖନୀୟ ହୋଇନଥିବାରୁ କଟକଣା ଅନାବଶ୍ୟକ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ମେକ୍ସିକୋ ସହ ଆମେରିକାର ୨୫୦ ବିଲିୟନ ଡଲାର ଏବଂ କାନାଡା ସହ ୨୦୦ ବିଲିୟନ ଡଲାର ବାଣିଜ୍ୟିକ ନିଅଣ୍ଟ ଚାଲିଥିବା ଜଣାପଡିଛି। ଅପରପକ୍ଷରେ ଚୀନ୍ରୁ ଆମଦାନୀ କରାଯାଉଥିବା ଆନାଲଜେସିକ୍ (ଫେଣ୍ଟାନିଲ) ସେବନ କରି ଆମେରିକାରେ ପ୍ରତିବର୍ଷ ସହସ୍ରାଧିକ ଲୋକ ପ୍ରାଣ ହରାଉଥିବା ଅଭିଯୋଗ ହୋଇଛି।