September 8, 2024

କାଲି ଓଡ଼ିିଶା ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ

1 min read

ଭୁବନେଶ୍ୱର: କାଲି ଓଡ଼ିିଶା ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟରେ ୩ ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେବେ ସ୍ମୃତି । ପାରାଦ୍ୱୀପର କୁଜଙ୍ଗ ଠାରେ କାଲି ତାଙ୍କର ପ୍ରଥମ ସଭା ରହିଛି । କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଆଳିରେ ତାଙ୍କର ଦ୍ୱିତୀୟ ସଭା ରହିଛି । ଆଳି ପରେ ରେମୁଣାରେ ନିର୍ବାଚନୀ ସଭାରେ ଯୋଗ ଦେବେ ସ୍ମୃତି ।

ଦେଶରେ ନିର୍ବାଚନର ୭ ଟି ପର୍ଯ୍ୟାୟ ମଧ୍ୟରୁ ଆଉ ମାତ୍ର ୨ ଟି ପର୍ଯ୍ୟାୟ ବାକି ଥିବା ବେଳେ କେନ୍ଦ୍ରୀୟ ନେତାମାନଙ୍କର ସୁଅ ଓଡିଶାକୁ ଛୁଟିବା ବନ୍ଦ ହେଉନାହିଁ । ବିଶେଷକରି ବିଜେପିର ହେଭିୱେଟ୍ ନେତାମାନେ ଏଥର ଓଡିଶାରେ ନିଜ ବିଜୟକୁ ପକ୍କା କରିବା ପାଇଁ ବାରମ୍ବାର ସେମାନଙ୍କ ଗସ୍ତ ଜାରି ରଖିଛନ୍ତି ଓ ବିଭିନ୍ନ ସ୍ଥାନରେ ସଭା ଓ ରୋଡ୍ ଶୋ’ କରି ଭୋଟରଙ୍କୁ ହାତମୁଠାକୁ ନେବାକୁ ଚେଷ୍ଟା କରୁଛନ୍ତି ।

Leave a Reply

Your email address will not be published. Required fields are marked *