March 12, 2025

ରାଉରକେଲାରେ ମାଲଗାଡ଼ିର ଦୁଇଟି ବଗି ଲାଇନଚ୍ୟୁତ

1 min read

ରାଉରକେଲା: ସ୍ଥାନୀୟ ମାଲଗୋଦାମ ରେଳସା୍ଇଡିଂରେ ବୁଧବାର ସକାଳୁ ମାଲଗାଡ଼ି ପାଚେରୀ ଭାଙ୍ଗି ବସ୍ତି ଭିତରକୁ ପଶି ଯିବା ଘଟଣାକୁ ଲୋକେ ଭୁଲିପାରି ନଥିବା ବେଳେ ଷ୍ଟିଲ୍‌ ସିଟି ରାଉରକେଲାରେ ପୁଣି ରେଳ ଦୁର୍ଘଟଣା ଘଟିଛି। ଷ୍ଟେସନର ଚାରି ନମ୍ବର ପ୍ଲାଟଫର୍ମ ନିକଟରେ ଗୁରୁବାର ସନ୍ଧ୍ୟାରେ ଏକ ମାଲଗାଡିର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି l ମାଲଗାଡି ରାଉରକେଲାରୁ ବନ୍ଧମୁଣ୍ଡା ଆଡକୁ ଯାଉଥିବା ସମୟରେ ଏଭଳି ଅଘଟଣ ଘଟଛି l କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛିl
ରାଉରକେଲାରେ କ୍ରମାଗତ ୨ୟ ଦିନରେ ରେଳ ଅଘଟଣ ଘଟିଛି। ରାଉରକେଲା ଷ୍ଟେସନ ନିକଟରେ ମାଲଗାଡି ପୁଣି ଲାଇନଚ୍ୟୁତ ହେବା ରେଳ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି l