September 16, 2024

ଆଜି ପହଂଚିବେ ପ୍ରଧାନମନ୍ତ୍ରୀ …..

1 min read

ଭୁବନେଶ୍ୱର : ଏଥର ରାଜ୍ୟ ରାଜନୀତି ରେ ରଣନୀତି ପ୍ରସ୍ତୁତ ହୋଇସାରିଛି କେନ୍ଦ୍ର ର ଟାର୍ଗେଟ ରେ ରହିଛି ଓଡିଶା ,ଓଡିଶା ଉପରେ ଦଖଲ କରିବ ବିଜେପି | ସରକାର ଗଠନ ପାଇଁ ଅଙ୍କ କସା ଚାଲିଛି ,ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମୋଦୀ ପ୍ରଥମ ଥର ପାଇଁ ନିର୍ବାଚନୀ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି। ମୋଦୀ ଆଜି ରାତି ୯ଟା ୩୦ରେ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ରାଜଭନବରେ ଦଳର କେତେକ ବରିଷ୍ଠ ନେତାଙ୍କ ସହ ରାତ୍ରିଭୋଜନ କରିବା ସହ ରାତ୍ରିଯାପନ କରିବେ। ସୋମବାର ସକାଳୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ମୋଦୀ ସ୍ବତନ୍ତ୍ର ହେଲିକପ୍ଟରରେ ବ୍ରହ୍ମପୁର ଯିବେ। ସେଠାରେ ବ୍ରହ୍ମପୁର ସହର ଉପକଣ୍ଠ କନିଷିଠାରେ ଆୟୋଜିତ ଜନସଭାରେ ଯୋଗଦେବେ। ସେଠାରୁ ନବରଙ୍ଗପୁର ଯିବେ। ସେଠାରେ ଜନସଭାକୁ ସମ୍ବୋଧନ କରିବେ। ବ୍ରହ୍ମପୁର, ଆସିକା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଲୋକସଭା ଆସନ ଓ ଏହା ଅଧୀନସ୍ଥ ବିଧାନସଭା ଆସନଗୁଡ଼ିକୁ ବିଜେପି ଫୋକସ୍‌ କରିଛି।

ତେଣୁ ମୋଦୀଙ୍କ କାର୍ଯ୍ୟକ୍ରମରେ ଏହି ସମସ୍ତ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ମଞ୍ଚରେ ରହିବେ। ସେହିପରି ମୋଦୀ ଆସନ୍ତା ୧୦ତାରିଖରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ୧୦ତାରିଖ ସଂଧ୍ୟାରେ ଭୁବନେଶ୍ୱର ରେ ପହଞ୍ଚିବା ପରେ ଏଠାରେ ଏକ ରୋଡ୍‌ ସୋ’ କରିବେ। ରାଜଭବନରେ ରାତ୍ରିଯାପନ କରିବେ। ୧୧ତାରିଖରେ ବଲାଙ୍ଗୀରରେ ଏକ ଜନସଭାକୁ ସମ୍ବୋଧନ କରିବାକୁ ଯିବେ।

ବିଜେପିର ନିଶାଣରେ ଓଡ଼ିଶା। ଏଥର କିଭଳି ଓଡ଼ିଶା ଦଖଲ କରାଯିବ ସେ ନେଇ କେନ୍ଦ୍ରୀୟ ନେତୃବୃନ୍ଦ ପୂରା ବଳ ଖଟାଇବାର ଯୋଜନା ରଖିଛନ୍ତି। ଆଜି (ରବିବାର) ଓଡ଼ିଶା ଗସ୍ତରେ ବିଜେପିର ଦୁଇଜଣ ହେଭିୱେଟ ନେତା ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ଣରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓଡ଼ିଶା ଗସ୍ତରେ ଆସି କଟକରେ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗଦେବେ। ପରେ ଭୁବନେଶ୍ୱରରେ ପହଞ୍ଚି ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଦଳର ସଂକଳ୍ପପତ୍ର ଜାରି କରିବେ ବୋଲି ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ବର ଗସ୍ତକୁ ନଜରରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷାକର୍ମୀ ମୁତୟନ ହେବେ। ମୋଦୀଙ୍କ ସୁରକ୍ଷା ନେଇ କମିସନରେଟ୍ ପୁଲିସ ପକ୍ଷରୁ ଏସ୍‌ପିଜି ଓ ସିଆଇଏସ୍‌ଏଫ୍ ସହ ଆଲୋଚନା କରାଯାଇଛି। ଏନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ରାତିରେ ରାଜଭବନରେ ରହିବାକୁ ଥିବାରୁ ପୂରା ଭୁବନେଶ୍ବରକୁ ନୋ ଡ୍ରୋନ୍ ଫ୍ଲାଇଁ ଜୋନ୍ ଘୋଷଣା କରାଯିବ। ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ୩ଜଣ ଡିସିପି, ୧୦ଜଣ ଏସିପି, ୧୭ଜଣ ଆଇଆଇସି, ୯୦ଜଣ ଏସ୍‌ଆଇ/ଏଏସ୍‌ଆଇ, ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଅପରପକ୍ଷେ ମୋଦୀଙ୍କ ଗସ୍ତ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ବି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆସନ୍ତାକାଲି ଅପରାହ୍ନରେ ପହଞ୍ଚୁଛନ୍ତି। ଏବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରୁଛନ୍ତି।

ଶନିବାର ସନ୍ଧ୍ୟାରେ କାରକେଡ ରିହର୍ସାଲ କରାଯାଇଛି। ସେହିପରି ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ ହୋଇଛି। ପିଜିଆଇଏମ୍‌ଇଆର୍‌ ଆଣ୍ଡ୍‌ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ୫ଟି ଡାକ୍ତରୀ ଦଳ ଗଠନ କରାଯାଇଛି। ଗୋଟିଏ ଡାକ୍ତରୀ ଦଳ ରାଜଭବନରେ ରହିବା ସହିତ ଆଉ ଏକ ଦଳ ବିମାନବନ୍ଦରରେ କାର୍ଯ୍ୟ କରିବ। ଆଉ ଏକ ଦଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା‌ ସ୍ଥାନକୁ ଯିବ ଏବଂ ଗୋଟିଏ ଦଳ କ୍ୟାପିଟାଲ ହସ୍ପିଟାଲ ପରିସରରେ ପ୍ରସ୍ତୁତ ରହିବ। ଅନ୍ୟ ଦଳଟି ଖାଦ୍ୟ ଯାଞ୍ଚ କାର୍ଯ୍ୟ କରିବ‌ ବୋଲି ଜଣାପଡିଛି। ପ୍ରତି ଦଳରେ ଗାଡିଚାଳକଙ୍କୁ ନେଇ ୫ ଜଣ ଲେଖାଏଁ ସଦସ୍ୟ ରହିବେ। ଡାକ୍ତରୀ ଦଳରେ ଶଲ୍ୟ, ନିଶ୍ଚେତକ, ଭେଷକ ବିଶେଷଜ୍ଞଙ୍କ ସହିତ ଜଣେ ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ ଏବଂ ଲାବ ଟେକ୍‌ନିସିଆନ ରହିବେ। ଏହାଛଡା ଖାଦ୍ୟ ଯାଞ୍ଚ ଦଳରେ ଖାଦ୍ୟ ନିରୀକ୍ଷକଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ରହିବେ। ଏହାଛଡା ତିନିଟି ଏଏଲଏସ୍ ଆମ୍ବୁଲାନ୍ସ କାର୍ଯ୍ୟ କରିବ।

Leave a Reply

Your email address will not be published. Required fields are marked *