September 7, 2024

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର

1 min read

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠରେ ସକାଳୁ ସକାଳୁ ଭିଡ଼ ଦେଖିବାକୁ ମିଳିଛି । ଶ୍ରାବଣରେ ମନସ୍କାମନା ପୂରଣ ପାଇଁ ମହାଦେବଙ୍କୁ ଜଳଲାଗି କରିବାକୁ ଦୂର ଦୂରାନ୍ତରୁ ଶୈବପୀଠକୁ ପାଣି ଆଣି ଆସିଥାନ୍ତି । ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଜଳ ଲାଗି ପାଇଁ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି ।

ଲିଙ୍ଗରାଜଙ୍କ ନିକଟରେ ଶ୍ରାବଣ ନୀତି ନିର୍ଘଣ୍ଟ ଅନୁଯାୟୀ ସୋମବାର ଭୋର ୩ଟାରୁ ମନ୍ଦିର ଖୋଲାଯାଇଛି । ଭୋର ସାଢେ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ପରେ ଧାଡିକରି କାଉଡିଆମାନେ ମନ୍ଦିରକୁ ପ୍ରବେଶ କରି ଜଳା ଲାଗି କରୁଛନ୍ତି । ଚଳିତ ବର୍ଷ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯାଇଛି ।

ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ଏକାମ୍ରର ଆରାଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ଲାଭ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ବାବାଙ୍କ ଆଶିଷ ନେବା ସହ ମହାଦେବଙ୍କ ପାଖରେ ପାଣିଲାଗି କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସମସ୍ତ ଓଡିଶାବାସୀ, ଜଗତ କଲ୍ୟାଣ ପାଇଁ ମହାଦେବଙ୍କ ନିକଟରେ କାମନା କରିଥିବା ନେଇ କହିଛନ୍ତି ରାଜ୍ୟପାଳ ।

ଅନ୍ୟପଟେ ଆଜି ଶ୍ରାବଣ ମାସ ପ୍ରଥମ ସୋମବାର ଥିବାରୁ ଦେବ ଦେବ ମହାଦେବଙ୍କ ଠାରେ ଜଳଲାଗି ନିମନ୍ତେ ବାହାରିଛନ୍ତି କାଉଡିଆ | ଯାଜପୁରରୁ କାଉଡିଆଙ୍କୁ ନେଇ ଯାଉଥିବା ଏକ ବସ ଦୁର୍ଘଟଣା ଗତ ହୋଇଥିବା ସୂଚନା ମିଳିଛି | ପାଣିକୋଇଲି ଥାନା ଅଧିନ ୨୦ନଂ ଜାତୀୟ ରାଜପଥରେ ଚାନ୍ଦପୁର ନିକଟରେ ଏହି ଦୁର୍ଘଟଣା ହୋଇଛି । ଫଳରେ ସେଥିରେ ଥିବା ୧୭ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଉଛି ।

ମିଳିଥିବା ସୂଚନା ଅନୁଯାଇ, ଗତକାଲି ବିଳମ୍ବିତ ରାତିରେ ସାବିତ୍ରୀ ନାମକ ଏକ ଘରୋଇ ବସ ଆନନ୍ଦପୁରରୁ ବୋଲବମ୍ ଭକ୍ତମାନଙ୍କୁ ନେଇ ପୁରୀ ଯାଉଥିଲା । ଏହି ସମୟରେ ଚାନ୍ଦପୁର ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢି ବସଟି ଓଲଟି ପଡିଥିଲା । ଫଳରେ ସେଥିରେ ଥିବା ୧୭ଜଣ କାଉଡ଼ିଆ ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ପାଟ୍ରୋଲିଂ ପୁଲିସ ସହ ହେଲ୍ପିଙ୍ଗ୍ଗ୍ରୁ ପର ସଦସ୍ୟ ଓ ସ୍ଥାନୀୟ ଲୋକ ପହଁଚି ଉଦ୍ଧାର କରିଛନ୍ତି । ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି | ସମସ୍ତ କାଉଡିଆ ସୁରକ୍ଷିତ ଥିବା ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *