October 30, 2024

ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ତିଥି ଭୋଜନ

1 min read

ଭୁବନେଶ୍ୱର: ଏଣିିକି ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ତିଥି ଭୋଜନ । ୧୦୦ ଦିନ ମଧ୍ୟରୁ ଯେକୌଣସି ଗୋଟିଏ ଦିନ କମ୍ୟୁନିଟି ସଦସ୍ୟ କିମ୍ବା ସିଭିଲ ସୋସାଇଟି ପକ୍ଷରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୃଷ୍ଟିକର ଖାଦ୍ୟ ଦିଆଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି । ଗଣଶିକ୍ଷା ବିଭାଗ ଅଧିନରେ ଥିବା ଯେଉଁ ବିଦ୍ୟାଳୟ ଗୁଡିକରେ ପିଏମ ପୋଷଣ ଯୋଜନା କାର୍ଯ୍ୟକାରୀ ହେଉଛି ସେଠାରେ ଏହି ତିଥି ଭୋଜନର ଆୟୋଜନ କରାଯିବ । ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ପୋଷଣ ଓ ପୃଷ୍ଟିକର ଯୁକ୍ତ ଖାଦ୍ୟ ପ୍ରଦାନ କରାଯିବ । ରାଜ୍ୟ ପ୍ରତିଷ୍ଠା ଦିବା,ଜାତୀୟ ଏବଂ ରାଜ୍ୟ ସ୍ତରୀୟ ବରପୁତ୍ରମାନଙ୍କର ଜ୍ଞାନୀ ଅବସରରେ ଏହି ‘ତିଥି ଭୋଜନ’ର ଆୟୋଜନ କରାଯାଇ ପାରିବ । କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନ ଅନୁଯାୟୀ କମ୍ୟୁନିଟି ସଦସ୍ୟ ଯଥା ଏନଜିଓ,ବାଣିଜ୍ୟ ପ୍ରତିଷ୍ଠାନ,ଟ୍ରେଡ଼ ସଂସ୍ଥା ଗୁଡିକ ଛାତ୍ରଛାତ୍ରୀ ମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ସାମଗ୍ରୀ ଦେଇ ପାରିବେ ।

ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୪୫୦ କ୍ୟାଲୋରି ଓ ୧୨ ଗ୍ରାମ ପ୍ରୋଟିନ ଏବଂ ୬ଷ୍ଠରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ୭୫୦ କ୍ୟାଲୋରି ଓ ୨୦ ଗ୍ରାମ ପ୍ରୋଟିନ୍ ଥୁବା ଖାଦ୍ୟ ପ୍ରଦାନ ଦାନ କରାଯିବ । ମିଳୁଥିବା ପନିପରିବା, ଛୁଇଁ କିମ୍ବା ଶିମ୍ବ ଜାତୀୟ ଖାଦ୍ୟ, ଡାଲି, ମିଲେଟ୍ ଆଦିକୁ ଅନ୍ତର୍ଭୁକ୍ତ କରାଯାଇପାରିବ । ପରିମଳର ସ୍ବଚ୍ଛତା ବଜାୟ ରଖିବା ସହ ସୁଚ୍ଛ ପାନୀୟ ଜଳ ଉପଲବ୍ଧ କରାଯିବ । ଏହାସହ ହାତ ଧୋଇବା, ସ୍ବଚ୍ଛତା, ସୁରକ୍ଷ ଉପରେ ଗୁରୁତ୍ବ ଦେଇ ଖାଦ୍ୟ ପରସିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *