November 22, 2024

ଭୁବନେଶ୍ଵରରେ ବାଘ ଆତଙ୍କ

1 min read

ଭୁବନେଶ୍ଵର: ଭୁବନେଶ୍ଵର ବିମାନବନ୍ଦରରେ ବାଘ ଆତଙ୍କ। ବାଘକୁ ଧରିବା ପାଇଁ ଜାଲ ବିଛାଇଛି ବନ ବିଭାଗ। ଭୁବନେଶ୍ଵର ବିମାନବନ୍ଦର ନିକଟ ଡମ୍ପିଂୟାର୍ଡରେ ଶନିବାର ସକାଳେ ଗୋଟିଏ ପଶୁର ପାଦ ଚିହ୍ନ ଦେଖିବାକୁ ମିଳିଥିଲା। ଏପରିକି ଡମ୍ପିଂୟାର୍ଡ ନିକଟରେ କଲରାପତରିଆ ବାଘ ଭଳି ଏକ ଜନ୍ତୁ ବୁଲୁଥିବା କିଛି କର୍ମଚାରୀ କହିଛନ୍ତି। ଏ ସମ୍ପର୍କରେ କର୍ମଚାରୀମାନେ ବିମାନବନ୍ଦର ପର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବନ ବିଭାଗକୁ ସୂଚନା ଦିଆଯାଇଥିଲା। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଜନ୍ତୁଟିକୁ ଧରିବାକୁ ଜାଲ ବିଛାଇଛନ୍ତି। ସ୍ଥାନୀୟ ପୋଲିସ ମଧ୍ୟ ଏହି ମିଶନରେ ଲାଗିଛି।

ଏହା ଏକ କଲରାପତରିଆ ବାଘର ପାଦ ଚିହ୍ନ ବୋଲି ସନ୍ଦେହ କରୁଛି ବନ ବିଭାଗ। ଜନ୍ତୁଟିକୁ ଧରିବାକୁ ଯନ୍ତା, ପ୍ଲାଷ୍ଟିକ ଜାଲ ଓ ଅନ୍ୟାନ୍ୟ ଉପରକଣ ସହ ସଜାଗ କରିଛନ୍ତି ବନ ବିଭଗ ଓ ପୋଲିସ ଟିମ। ବନ ବିଭାଗ ପକ୍ଷରୁ ୩ଟି ସ୍ଵତନ୍ତ୍ର ଟିମ ଡମ୍ପିଂୟାର୍ଡ ନିକଟରେ ଥିବା ଜଙ୍ଗଲ ଭିତରେ ଖୋଜାଖୋଜି କରୁଛନ୍ତି। ଏହି ଖବର ପରେ ସ୍ଥାନୀୟ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି।