October 18, 2024

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ତିନି ବୃଦ୍ଧ ଗିରଫ

1 min read

ତ୍ରିଚି: ତାମିଲନାଡ଼ୁରେ ଏକ ଅତି ଲଜ୍ଜାଜନକ ଘଟଣାକ୍ରମେ ଜଣେ ୧୩ ବର୍ଷୀୟ ନାବାଳିକାକୁ ତିନି ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ତିନି ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜେନ୍ଦ୍ରନ୍‌, ପି ପନିରସେଲଭମ୍‌ (୭୬) ଓ ପି ଚିନ୍ନାଥାମ୍ବି। ସୂଚନାନୁସାରେ, ଘଟଣାଟି ଆର୍ୟାଲପୁର ଗାଁରେ ଜୁଲାଇ ୨୧ ତାରିଖରେ ଘଟିଛି। ନାବାଳିକା ଜଣକ ସାମାନ୍ୟ ମାନସିକ ଭିନ୍ନକ୍ଷମ ଅଟନ୍ତି ଓ ସେ ୬ଷ୍ଠ ଶ୍ରେଣୀରେ ପଢ଼ନ୍ତି। ତାଙ୍କ ମା’ ଜଣେ ଦିନ ମଜୁରିଆ। ଘଟଣା ଦିନ ନାବାଳିକାଙ୍କୁ ଗାଁର ଆର୍‌ ରାଜେନ୍ଦ୍ରନ (୬୫) ନିଜ ଘରକୁ ଡାକିଥିଲେ। ସେଠାରେ ସେ ଅନେକ ସମୟ ରହିବା ଦେଖି ନାବାଳିକାଙ୍କ ପଡ଼ୋଶୀ ସନ୍ଦେହରେ ନାବାଳିକାଙ୍କ ମା’ଙ୍କୁ ସୂଚିତ କରିଥିଲେ। ପରେ ନାବାଳିକାଙ୍କୁ ତାଙ୍କ ମା’ ପଚାରିବାରେ ସେ ସମସ୍ତ ଘଟଣା କହିଥିଲେ। ରାଜେନ୍ଦ୍ରନ୍‌ଙ୍କ ସହ ଅନ୍ୟ ଦୁଇ ଜଣ ବୃଦ୍ଧ ମଧ୍ୟ ଏହି ଦୁଷ୍କର୍ମରେ ସଂପୃକ୍ତ ଥିବା ଜଣାପଡ଼ିଥିଲା। ଏନେଇ ପୁଲିସ ନିକଟରେ ଅଭିଯୋଗ ପରେ ଜୁଲାଇ ୨୨ରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ପୋକ୍‌ସୋ ଆଇନରେ ଗିରଫ କରିଛି।

Leave a Reply

Your email address will not be published. Required fields are marked *