March 12, 2025

ମେଳାରୁ ଫେରିବା ବେଳେ ୩ ବାଇକ୍‌ ଆରୋହୀଙ୍କ ଦୁର୍ଘଟଣାରେ ମୃତ୍ୟୁ

1 min read

ବାରିପଦା: ଦ୍ରୁତଗତି, ମହା ବିପତ୍ତି। ଏଭଳି ଖବର ମୟୂରଭଂଜ ଜିଲ୍ଲା ସୁଲିଆପଦା ବ୍ଲକ ସିଙ୍ଗଡ଼ା ଅଞ୍ଚଳରୁ ଆସିଛି। ଭୀମମେଳା ଘଟ ଉତ୍ତୋଳନରୁ ଫେରିବା ବେଳେ ୩ ଜଣ ବାଇକ୍‌ ଆରୋହୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ଭାରସାମ୍ୟ ହରାଇ ଡିମିଆ ନିକଟରେ ଗଛରେ ଧକ୍କା ଖାଇ ସମୋନଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।
ଡିମିଆ ନିକଟରେ ଗଛରେ ଧକ୍କା ‌ପରେ ଦୁର୍ଘଟଣାଗ୍ରସ୍ତ ବାଇକ୍‌ର ଫଟୋକୁ ଦେଖିଲେ ଜଣାପଡୁଛି ଘଟଣା ବେଳର ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ଥିଲା। ଫଳରେ ବାଇକ୍‌ଟି ଭାଙ୍ଗି ଚୁରମାର ହୋଇଯାଇଥିଲା।