ରାଜ୍ୟରେ ବନ୍ୟା ସ୍ଥିତି ନାହିଁ-ସର୍ବୋଚ୍ଚ ଯନ୍ତ୍ରୀ
1 min readଭୁବନେଶ୍ଵର: ଗତ ୨ ଦିନ ହେଲା ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହୋଇ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି। କେତେକ ସ୍ଥାନରେ ପୋଲ ଉପରେ ଜଳ ପ୍ରବାହିତ ହେଉଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ।
ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ଶୁକ୍ରବାର ସୁଦ୍ଧା ହୀରାକୁଦ ଜଳଭଣ୍ଡାର ସ୍ଥିତି ଠିକ ନ ଥିଲା। ଶନିବାର ଜଳଭଣ୍ଡାର ଜଳସ୍ତର ବଢ଼ିବା ପରେ ସ୍ଥିତି ସୁଧୁରିଛି। ପାହାଡ଼ିଆ ଅଞ୍ଚଳରେ ଫ୍ଲାଶଫ୍ଲଡ(ହଠାତ ବର୍ଷା ଯୋଗୁ ବନ୍ୟା ଆସିବା) ହୋଇଛି। ମାଲକାନଗିରି ଜିଲାର ଅନେକ ସ୍ଥାନରେ ୨୦୦ରୁ ୨୨୧ ମିଲିମିଟର ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ରାସ୍ତା ଏବଂ ପୋଲରେ ପାଣି ଚାଲିଛି। ବାଳିମେଳା ଜଳଭଣ୍ଡାର ଜଳସ୍ତର ୩ ଫୁଟ ବଢ଼ିଛି। ଗତବର୍ଷ ତୁଳନାରେ ଏଥର ଜଳସ୍ତର ବୃଦ୍ଧି ପାଇଛି। ରେଙ୍ଗାଲି ବ୍ରାହ୍ମଣୀ ଜଳଭଣ୍ଡାର ଜଳସ୍ତର ୨ ମିଟର କମ୍ ରହିଛି। ଇନ୍ଦ୍ରାବତୀରେ ଗତବର୍ଷ ଏହି ସମୟରେ ୨୧ ପ୍ରତିଶତ ପାଣି ଥିଲା। ବର୍ତ୍ତମାନ ଇନ୍ଦ୍ରାବତୀରେ ୧୪ ପ୍ରତିଶତ ଜଳ ରହିଛି। ସେହିପରି ହୀରାକୁଦ ଜଳଭଣ୍ଡାର ସ୍ଥିତି ବି ଭଲ ନାହିଁ। ବର୍ତ୍ତମାନ ହୀରାକୁଦରେ ଜଳସ୍ତର ୧୧ ଫୁଟ ତଳେ ଅଛି। ଆସନ୍ତା ୨ ଦିନ ବର୍ଷା ପରେ ଜଳଭଣ୍ଡାର ସ୍ଥିତି ସୁଧୁରିବ। ଗତ ଜୁନ ୧ ତାରିଖରୁ ସବୁଠାରେ ବନ୍ୟା ନିୟନ୍ତ୍ରଣ ପ୍ରକୋଷ୍ଠ ଖୋଲାଯାଇଛି ବୋଲି ସେ କହିଛନ୍ତି।