September 19, 2024

ଘରକୁ ଶୁଦ୍ଧ କରିବ ଗଛ

1 min read

ଘରର ବାୟୁକୁ ଶୁଦ୍ଧ କରିବା ପାଇଁ ଘରେ ଗଛ ଲଗାଇବା ଏକ ବୁଦ୍ଧିମତାର କାମ । ଏକ ଗବେଷଣା ଅନୁସାରେ ଘରେ ବେଶି ମାତ୍ରାରେ ମିଳୁଥିବା ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌କୁ କମ କରିବାରେ ଗଛ ବେଶ୍‌ ସହାୟକ ହୋଇଥାଏ । କେତେକ ଗଛ ଏହାକୁ ପ୍ରାୟ ୨୦ ପ୍ରତିଶତ କମାଇବାରେ ସକ୍ଷମ । ତେଣୁ ଘରର ବାୟୁ ଶୁଦ୍ଧ କରିବାକୁ ଚାହୁଁଥିଲେ ଘରେ ଗଛ ଲଗାନ୍ତୁ ।
– ଘିକୁଆଁରୀ : ଏହି ଗଛଟିକୁ ଘରେ ରଖିବାକୁ ସୁବିଧା ସହ ବଢେଇବାରେ ମଧ୍ୟ କିଛି ପରିଶ୍ରମ ନଥାଏ । ଘରେ ବ୍ୟବହୃତ କାର୍‌ପେଟ୍‌ ଓ ପାର୍ଟିକିଲ୍‌ ବୋର୍ଡରୁ ନିର୍ଗତ ବେଞ୍ଜିନ୍‌ ଓ ଫର୍ମାଲଡିହାଇଡ୍‌କୁ ଘରର ବାୟୁରୁ ଛାଣିଥାଏ । କେବଳ ବାୟୁ ପାଇଁ ନୁହେଁ ଏହା ଶରୀରର କ୍ଷତ ପାଇଁ ମଧ୍ୟ ବେଶ ଫଳପ୍ରଦ । ଏହାକୁ ଏକ ଝରକା ପାଖରେ ଥୋଇଦିଅନ୍ତୁ , ଏହା ତାର କାମ କରିବ ।
-ସ୍ପାଇଡର୍‌ ପ୍ଲାଣ୍ଟ : ସ୍ପାଇଡର ପ୍ଲାଣ୍ଟର ଅନ୍ୟନାମ ଏୟାର ପ୍ଲାଣ୍ଟ । ଏହା କାର୍ବୋନ ମୋନୋକ୍ସସାଇଡ୍‌, ଫର୍ମାଲଡିହାଇଡ୍‌, ବେଞ୍ଜିନ୍‌ ଆଦିରୁ ରକ୍ଷା କରିଥାଏ । ଏ ସମସ୍ତ ଗ୍ୟାସ୍‌ ଘରେ ବ୍ୟବହୃତ ଆସବାବପତ୍ର,ଡିଟୋର୍‌ଜେଣ୍ଟ,ପେଣ୍ଟ୍‌ ଆଦିରୁ ଆସିଥାଏ । ଏହାକୁ ଘିକୁଆଁରୀ ଭଳି ସହଜରେ ଘରେ ବଢାଇହେବ । ଏହାକୁ ଛାଇରେ ରଖନ୍ତୁ ସ୍ନେକ୍‌ ପ୍ଲାଣ୍ଟ : ସ୍ନେକ୍‌ ପ୍ଲାଣ୍ଟକୁ ମଧ୍ୟ ବଡ କରିବା ପାଇଁ ଏତେ ପରିଶ୍ରମ କରିବାକୁ ପଡିନଥାଏ । ଏହା ଘରେ ଥିବା ଫର୍ମାଲଡିହାଇଡ୍‌, ଟ୍ରାଇକ୍ଲୋରୋଇଥେନ୍‌, ବେଞ୍ଜିନ୍‌ ଆଦି ଗ୍ୟାସକୁ ଛାଣି ଥାଏ ।

Leave a Reply

Your email address will not be published. Required fields are marked *