September 20, 2024

ହଟାଗଲା ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍ ଚ୍ୟାନେଲ

1 min read

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍ ଚ୍ୟାନେଲକୁ ହଟାଇ ଦିଆଯାଇଛି। ସୁପ୍ରିମ୍ କୋର୍ଟଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍ ଚ୍ୟାନେଲକୁ ହଟାଇ ଦିଆଯାଇଛି। ଖୁବଶୀଘ୍ର ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲରେ ସେବା ଆରମ୍ଭ ହେବ । ମିଳିଥିବା ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ହ୍ୟାକ୍ ହୋଇଥିଲା ଏବଂ ଏଥିରେ କ୍ରିପ୍ଟୋକରେନ୍ସି ସମ୍ବନ୍ଧୀୟ ବିଷୟବସ୍ତୁ ପ୍ରକାଶ ପାଇବା ଆରମ୍ଭ ହୋଇଥିଲା।

ତେବେ ସୁପ୍ରିମକୋର୍ଟ ଜାରି କରିଥିବା ନୋଟିସରେ ଚ୍ୟାନେଲ ହ୍ୟାକ୍ ହୋଇଛି କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ କି ଚ୍ୟାନେଲକୁ କାହିଁକି ହଟାଇ ଦିଆଯାଇଛି ତାହା ସ୍ପଷ୍ଟ କରାଯାଇନାହିଁ। ହ୍ୟାକ ହେବା ପରେ ସୁରକ୍ଷା ଏଜେନ୍ସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ଦେଶର ସର୍ବୋଚ୍ଚ ନ୍ୟାୟଳୟ ସମ୍ବିଧାନ ଜନହିତ ସମ୍ପର୍କୀତ ମାମଲାର ଶୁଣାଣୀ ଏହି ଚ୍ୟାନେଲ ମାଧ୍ୟମରେ କରିଥାନ୍ତି ।

୨୦୧୮ରେ ଏକ ମହତ୍ୱପୂର୍ଣ୍ଣ ମାମଲାର ଶୁଣାଣୀ ପ୍ରଥମେ ଏହା ମାଧ୍ୟମରେ କରାଯାଇଥିଲା । ସେତେବେଳର ସିଜେଆଇ ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ପୂର୍ଣ୍ଣ ନ୍ୟାୟଳୟରେ ସର୍ବସମ୍ମତିକ୍ରମେ ଏହାର ନିର୍ଣ୍ଣୟ ନିଆ ଯାଇଥିଲା । ଖୁବ ଶୀଘ୍ର ଚ୍ୟାନେଲକୁ ବିପଦମୁକ୍ତ କରାଯିବ ବୋଲି ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି ।
ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ, ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯାହା ଘଟିଛି ତାହାର ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କିନ୍ତୁ ୱେବସାଇଟରେ କିଛି ସମସ୍ୟା ଦେଖାଦେଇଛି। ଶୁକ୍ରବାର ଦିନ ଏହି ସୂଚନା ଗ୍ରହଣ କରାଯାଇଛି ଏବଂ ସୁପ୍ରିମକୋର୍ଟର ଆଇଟି ଟିମ୍ ଏହି ମାମଲାକୁ ଜାତୀୟ ସୂଚନା କେନ୍ଦ୍ର (ଏନଆଇସି) କୁ ପଠାଇଛନ୍ତି।

Leave a Reply

Your email address will not be published. Required fields are marked *