September 19, 2024

ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ବୈଠକ

1 min read

ପୁରୀ: ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟ ଓ ଏଏସଆଇ ଅଧିକାରୀମାନେ ଯୋଗ ଦେଇଛନ୍ତି। ତେବେ ବାହାର ଓ ଭିତର ଭଣ୍ଡାରରୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହୋଇସାରିଛି। ଏଏସଆଇ ପକ୍ଷରୁ ପ୍ରାଥମିକ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ କେବେ ଏହାର ମରାମତି ହେବ, ସେ ନେଇ ଆଜିର ବୈଠକରେ ଆଲୋଚନା ହେଉଥିବା ସୂଚନା ରହିଛି। ସୋମବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ବୈଠକ ବସିବ। ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସ୍‌ଆଇ ସହ ଏହି ବୈଠକ ବସିବ। ଉକ୍ତ ବୈଠକରେ ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟିତ୍ୱ ନେଇ ଆଲୋଚନା ହେବା ସହ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।

ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ରତ୍ନଭଣ୍ଡାରର ମରାମତି ସହ ଲେଜର ସ୍କାନିଂ କି ଜିପିଆରଏସ ସର୍ଭେ କରାଯିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ଏହାପରେ କିପରି ଯାଞ୍ଚ କରାଯିବ ସେ ନେଇ ଏଏସ୍‌ଆଇ ଉଚ୍ଚସ୍ତରୀୟ ବୈଷୟିକ କମିଟି ନିଷ୍ପତ୍ତି ନେବ।

କେବେ ଯାଞ୍ଚ ହେବ ଏବଂ ପରବର୍ତ୍ତୀ ସମୟରେ କେବେ ମରାମତି କାର୍ଯ୍ୟ କରାଯିବ ସେ ସମ୍ପର୍କରେ ଆଜି ବୈଠକରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *