February 5, 2025

ଓଡିଶୀ ରିସର୍ଚ୍ଚ ସେଣ୍ଟର ଠାରେ କ୍ରିଏଟିଭ ସ୍କୁଲ ଦ୍ୱାରା ଦ୍ୱିତୀୟ ବାର୍ଷିକ ଉତ୍ସବ “ଉଡାଣ – ୨୦୨୫” ଅନୁଷ୍ଠିତ

1 min read

ଭୁବନେଶ୍ବର: ୧୭ ଜାନୁଆରୀ ୨୦୨୫, ଶୁକ୍ରବାର ରାଜଧାନୀ ଭୁବନେଶ୍ବରର ଗୁରୁ ନେଳୁ ଚରଣ ଓଡିଶୀ ରିସର୍ଚ୍ଚ ସେଣ୍ଟର ଠାରେ କ୍ରିଏଟିଭ ସ୍କୁଲ ଦ୍ୱାରା ଦ୍ୱିତୀୟ ବାର୍ଷିକ ଉତ୍ସବ “ଉଡାଣ – ୨୦୨୫” ଅନୁଷ୍ଠିତ ହେଇଥିଲା |
ପ୍ରିୟଦର୍ଶୀ ମିଶ୍ର (ପୂବଚତନ ବିଧାୟକ ) ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ |
ଓଡିଶା ବିଧାନ ସଭାର ସଭାପତି ଦାଶରଥି ଶତପଥୀ, UTKAL UNIVERSITY ର ଜିଓଲୋଜି ଡିପାଟଚନମଣ୍ଟର ପ୍ରଫେସର ଡ଼ା. ଦୁର୍ଗା ଶଙ୍କର ପଟ୍ଟନାୟକ, ପ୍ରମୁଖ ସମାଜସେବୀ ଓ ସମ୍ବାଦଦାତା ସୁଧାାଂଶୁ ମହାପାତ୍ର ମଧ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ | କ୍ରିଏଟିଭ ସ୍କୁଲ ଟ୍ରଷ୍ଟର ଟ୍ରଷ୍ଟି ପ୍ରସନ୍ନ ସେନାପତି ଓ କ୍ରିଏଟିଭ ସ୍କୁଲର ପ୍ରତିଷ୍ଠାତା ଓ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଶ୍ମୀତା ଶତପଥୀ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବାପାଇଁ ଉପସ୍ଥିତ ଥିଲେ |
ନର୍ସରୀ ଶ୍ରେଣୀରୁ ଆରମ୍ବ କରି ପଞ୍ଚମ ଶ୍ରେଣୀର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କର ନିଜ ନିଜର ପ୍ରତିଭା ପ୍ରଦର୍ଶନ କରି ପୁରସ୍କୃତ ହେଇଥିଲେ |ଏହା ସହିତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କର ପିତାମାତା ମାନେ ମଧ୍ୟ ସଂଗୀତ ଓ ନୃତ୍ୟ ପ୍ରଦର୍ଶନ କରି ଦର୍ଶକ ମାନଙ୍କର ମନ ମୋହିଥିଲେ |