ରାଜ୍ୟରେ ଲାଗୁ ହେବ ପେଶା ଆଇନ
1 min readଭୁବନେଶ୍ୱର : ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ପେଶା ଆଇନ । ବିଜେପି ଏସଟି ମୋର୍ଚ୍ଚା ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଦିବାସୀଙ୍କ ବିକାଶ ପାଇଁ ବିଜେପି ସରକାର ସମର୍ପିତ । ନିର୍ବାଚନ ମଣ୍ଡଳୀକୁ କ୍ଲଷ୍ଟର କରାଯିବ । ଯେଉଁଠି ବ୍ୟକ୍ତି ଏବଂ ପରିବାର ବିକାଶ ପାଇଁ ଯୋଜନା ହେବ । ଯୋଜନାକୁ କ୍ଲଷ୍ଟର ଅନୁସାରେ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଦେଶରେ ଆଦିବାସୀଙ୍କ ସଂଖ୍ୟା କମୁଛି । ଏହା ଏକ ଗୁରୁତର ବିଷୟ, ଆମକୁ ସଚେତନ ହେବାକୁ ପଡିବ, ରାଜ୍ୟର ଜଣେ ବି ଆଦିବାସୀ ଅନ୍ୟ ଧର୍ମ ଗ୍ରହଣ କରିବେନି । ସେଇଥିପାଇଁ ଆମକୁ ଜଗିବାକୁ ପଡିବ ବୋଲି ମନ୍ତ୍ରୀ ରବି ନାଏକ କହିଛନ୍ତି । ଆଦିବାସୀଙ୍କ ପାଇଁ ସନାତନ ଧର୍ମ ବଞ୍ଚିଛି, ଆଦିବାସୀ ସଂସ୍କୃତି ଓ ପରମ୍ପରାରେ ସନାତନର ଝଲକ ରହିଛି। ଆଦିବାସୀ ସମାଜ ସବୁଠୁ ଅଧିକ ରାଷ୍ଟ୍ରବାଦୀ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ।