September 19, 2024

ପ୍ରଧାନମନ୍ତ୍ରୀ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳର କଲେ ସମୀକ୍ଷା

1 min read

କେରଳ: କେରଳର ୱାୟନାଡ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ସେ ଏଠାରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ୱାୟନାଡରେ ଭୂସ୍ଖଳନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ଶନିବାର କେରଳରେ ପହଞ୍ଚିଥିଲେ। ଏହାପରେ ସେ ହେଲିକେପ୍ଟରରେ ଆକାଶ ମାର୍ଗରୁ ୱାୟନାଡରେ ହୋଇଥିବା କ୍ଷୟକ୍ଷତିକୁ ଦେଖିଥିଲେ। ଏହାପରେ ସେ ଘଟଣାସ୍ଥଳକୁ ଯାଇ ସେଠାରେ ସ୍ଥିତି ଅନୁଧ୍ୟାନ କରିବା ସହ ଭୂସ୍ଖଳନ ପ୍ରଭାବିତ ଲୋକମାନଙ୍କୁ ଭେଟି ଥିଲେ।

ଏହି ବିପର୍ୟ୍ୟୟକୁ ଜାତୀୟ ବିପର୍ୟ୍ୟୟ ଘୋଷଣା କରିବାକୁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଦାବି କରିଛନ୍ତି। ଏନେଇ କେନ୍ଦ୍ର ସରକାର ସ୍ଵତନ୍ତ୍ର ରିଲିଫ୍ ପ୍ୟାକେଜ ଘୋଷଣା କରିବାର ସମ୍ଭାବନା ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏବଂ କେନ୍ଦ୍ର ପର୍ଯ୍ୟଟନ ରାଜ୍ୟ ମନ୍ତ୍ରୀ ତଥା କେରଳରୁ ବିଜେପି ସାଂସଦ ସୁରେଶ ଗୋପି ପ୍ରମୁଖ ୱାୟାନାଡ ଯାଇଥିଲେ।

ଜୁଲାଇ ୩୦ ତାରିଖରେ କେରଳର ୱାୟାନାଡ ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ଘଟିଥିଲା। ଏଥିରେ ୫ଟି ଗାଁ ସଂପୂର୍ଣ୍ଣ ଭାବେ ଭାସି ଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ବିପର୍ୟ୍ୟୟରେ ୪୨୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ନିଖୋଜ ଅଛନ୍ତି। ତେବେ ଭୂସ୍ଖଳନ ପରେ ଏହି ଅଞ୍ଚଳରେ ଭାରତୀୟ ସେନା ୧୦ ଦିନ ଧରି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲା। ଏବେ ସେନା ଉଦ୍ଧାର ବନ୍ଦ କରିଥିବାବେଳେ ଏନଡିଆରଏଫ, ଏସଡିଆରଏଫ ଏବଂ କେରଳର ଅଗ୍ନିଶମ ଓ ପୋଲିସ ବାହିନୀ ଅଭିଯାନକୁ ଜାରି ରଖିବେ।

Leave a Reply

Your email address will not be published. Required fields are marked *