November 21, 2024

ମୂଲ୍ୟ ହ୍ରାସ ପାଉଛି ସୁନା, ପ୍ଲାଟିନମ ଓ ହୀରା ଭଳି ଅନ୍ୟାନ୍ୟ ମୂଲ୍ୟବାନ୍‌ ଅଳଙ୍କାର|

1 min read

ଭୁବନେଶ୍ୱର: ପାର୍ବଣ ପୂର୍ବରୁ ଘରୋଇ ବଜାରରେ ମୂଲ୍ୟବାନ୍‌ ଅଳଙ୍କାରର ଦର ଆକାଶଛୁଆଁ ଥିଲାବେଳେ ପାର୍ବଣ ପରେ ଦର କମିବାରେ ଲାଗିଛି। ଏପରିକି ଗତ ସପ୍ତାହ ହେଲା ମୂଲ୍ୟବାନ ଅଳଙ୍କାର ମୂଲ୍ୟ ହ୍ରାସ ପାଉଛି। ଫଳରେ ଧନ୍‌ତେରସ୍‌ ବେଳେ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ପ୍ରାୟ ୮୧,୦୦୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୭୩,୦୦୦ ଟଙ୍କା ଉପରେ କାରବାର ହେଉଥିଲା। ସେହିଭଳି ରୁପା କିଲୋଗ୍ରାମ (କେ.ଜି.) ପିଛା ପ୍ରାୟ ୧,୧୦,୦୦୦ ଟଙ୍କା ଥିଲାବେଳେ ୧୮କ୍ୟାରେଟ ସୁନା ଦର, ପ୍ଲାଟିନମ ଓ ହୀରା ଭଳି ଅନ୍ୟାନ୍ୟ ମୂଲ୍ୟବାନ୍‌ ଅଳଙ୍କାରର ମୂଲ୍ୟ ୬୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିଲା। ହେଲେ ବର୍ତ୍ତମାନ ଭୁବନେଶ୍ୱରରେ ୨୪କ୍ୟାରେଟ ସୁନା ଦର ପ୍ରତି ୧୦ଗ୍ରାମ ପିଛା ପ୍ରାୟ ୭୮,୪୬୦ ଟଙ୍କା ଥିଲାବେଳେ ୨୨କ୍ୟାରେଟ ସୁନା ଦର ପ୍ରତି ୧୦ଗ୍ରାମ ପିଛା ୭୨,୦୦୦ଟଙ୍କା ଏବଂ ରୁପା କିଲୋଗ୍ରାମ ପିଛା ପ୍ରାୟ ୧,୦୨,୦୦୦ ଟଙ୍କା ରହିଛି। ସେହିପରି ୧୮ କ୍ୟାରେଟ ସୁନା, ପ୍ଲାଟିନମ ଓ ହୀରା ଭଳି ଅନ୍ୟାନ୍ୟ ମୂଲ୍ୟବାନ୍‌ ଅଳଙ୍କାରର ମୂଲ୍ୟ ୫୯,୦୦୦ଟଙ୍କାରେ ମଧ୍ୟ ବିକ୍ରି ହେଉଛି ବୋଲି ରାଜ୍ୟର ପ୍ରମୁଖ ଗହଣା ବ୍ରାଣ୍ଡ ଖିମ୍‌ଜୀ, ଲାଲ୍‌ଚାନ୍ଦ, ଅରୁନ୍ଧତୀ, ତନିସ୍କ, ମାଲାବାର, ଜୟଆଲୁକ୍କାସ, କଲ୍ୟାଣ ଏବଂ ପି ସି ଚନ୍ଦ୍ରା ଜୁଏଲର୍ସ ଭଳି ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, କ୍ରମାଗତ ୩ୟ ଦିନ ଲାଗି ମୂଲ୍ୟବାନ୍‌ ଅଳଙ୍କାର (ସୁନା, ରୁପା ହୀରା, ପ୍ଲାଟିନମ ଇତ୍ୟାଦି)ର ମୂଲ୍ୟ ହ୍ରାସ ହୋଇଛି। ଗୁରୁବାର ଭୁବନେଶ୍ୱରରେ ସୁନା ଦରରେ ପ୍ରାୟ ୨୦୦୦ ଟଙ୍କା ଏବଂ ରୁପା ମୂଲ୍ୟରେ ୫୦୦୦ ଟଙ୍କାରୁ ଅଧିକ ଏବଂ ପ୍ଲାଟିନମ ଓ ହୀରା ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ଘଟିଛି।

ସେହିପରି ଗୁରୁବାର ନୂଆଦିଲ୍ଲୀରେ ମଧ୍ୟ ମୂଲ୍ୟବାନ୍‌ ଅଳଙ୍କାର ମୂଲ୍ୟରେ ପରିବର୍ତ୍ତନ ଘଟିଛି। ଏପରିକି ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ଗ୍ରାମ ପିଛା ୮୦,୫୨୩ ଟଙ୍କା ଥିଲାବେଳେ ୨୨କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୭୩,୮୨୩ ଟଙ୍କାରେ କାରବାର ହେଉଛି। ଅପରପକ୍ଷରେ ରୁପା କିଲୋଗ୍ରାମ ପିଛା ପ୍ରାୟ ୯୯,୧୦୦ ଟଙ୍କା ଥିଲାବେଳେ ୧୮କ୍ୟାରେଟ ସୁନା ଦର, ପ୍ଲାଟିନମ ଓ ହୀରା ଭଳି ଅନ୍ୟାନ୍ୟ ମୂଲ୍ୟବାନ୍‌ ଅଳଙ୍କାରର ମୂଲ୍ୟ ୫୫,୦୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିଲା। ଏପରିକି ଚେନ୍ନାଇ, ମୁମ୍ବାଇ ଏବଂ କୋଲକାତା ଭଳି ଦେଶର ପ୍ରମୁଖ ମହାନଗରରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ଗ୍ରାମ ପିଛା ୮୦,୩୭୧ଟଙ୍କା, ୮୦,୩୭୭ ଟଙ୍କା ଏବଂ ୮୦,୩୭୫ ଟଙ୍କାରେ କାରବାର ହେଉଥିଲାବେଳେ ଉପରୋକ୍ତ ମହାନଗରରେ ରୁପା କେ.ଜି. ପିଛା ପ୍ରାୟ ୧,୦୭,୦୦୦ଟଙ୍କା, ୯୮,୪୦୦ଟଙ୍କା ଏବଂ ୯୯,୯୦୦ ଟଙ୍କାରେ ବିକ୍ରି ହେଉଛି।