ସତ୍ୟନଗର ମଶାଣିରେ ହେବ ଉତ୍ତମଙ୍କ ଶେଷକୃତ୍ୟ
1 min read
ଭୁବନେଶ୍ୱର: ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ିଯାଇଛନ୍ତି ଉତ୍ତମ। ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଏହି ମହାନ୍ ନାୟକଙ୍କ ଜୀବନ ଦୀପ ଲିଭିଯାଇଛି। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଉତ୍ତମଙ୍କ ଅବଦାନ ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ | ଆଜି ଉତ୍ତମଙ୍କ ମରଶରୀର ଦିଲ୍ଲୀରୁ ଆସୁଥିବାବେଳେ ସତ୍ୟନଗର ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ