September 19, 2024

ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ଗୋଟିଏ ରୁମରେ ଥିଲା ସ୍ୱାମୀ

1 min read

ଭୁବନେଶ୍ୱର: ଦୁଇ ବଙ୍ଗୀୟ ଯୁବତୀଙ୍କ ସହ oyo ହୋଟେଲରେ ଥିଲେ ରସିକିଆ ସ୍ୱାମୀ। ପୁଲିସ ସହାୟତାରେ ପିଛା କରି ଧରିଲେ ସ୍ତ୍ରୀ। ଭୁବନେଶ୍ୱର ପଟିଆ ଅଞ୍ଚଳରେ ଥିବା ଏକ ହୋଟେଲରେ ପହଞ୍ଚିଥିଲେ ସ୍ତ୍ରୀ। ସ୍ୱାମୀଙ୍କ କେଳେଙ୍କାରୀ ସମ୍ପର୍କରେ ସୂଚନା ଦେବାପରେ ପୁଲିସ ହୋଟେଲରେ ଚଢାଉ କରିଥିଲେ। ବଙ୍ଗୀୟ ଯୁବତୀଙ୍କ ସହ ଥିବାବେଳେ ସେଠାରେ ସ୍ୱାମୀଙ୍କୁ ଧରିଥିଲେ ସ୍ତ୍ରୀ। ସଂପୃକ୍ତ ଯୁବକଙ୍କ ନାଁରେ ପୂର୍ବରୁ ଚନ୍ଦ୍ରଶେଖରପୁର ଥାନା ଓ ନନ୍ଦନକାନନ ଥାନାରେ ମାମଲା ରହିଥିବା ଜଣାପଡିଛି। ତେବେ ହୋଟେଲରେ ଅନୈତିକ କାର୍ଯ୍ୟ ଚାଲିଥିବା ସନ୍ଦେହ କରିଛି ପୁଲିସ। ସଂପୃକ୍ତ ଯୁବକ ଓ ଦୁଇ ବଙ୍ଗୀୟ ଯୁବକତୀଙ୍କୁ ଇନଫୋସିଟି ଥାନାରେ ଅଟକ ରଖାଯାଇଛି

Leave a Reply

Your email address will not be published. Required fields are marked *