କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଅଧୀନରେ ଗଠିତ ହୋଇଛି ଜିଏସଟି ପରିଷଦ
1 min readଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଅଧୀନରେ ଗଠିତ ହୋଇଛି ଜିଏସଟି ପରିଷଦ। ଏଥିରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସଦସ୍ୟ ହୋଇଛନ୍ତି। ଏହି କେନ୍ଦ୍ରୀୟ ଜିଏସଟି ପରିଷଦରେ ବିଭିନ୍ନ ରାଜ୍ୟର ମନ୍ତ୍ରୀମାନଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି।
ତେବେ ଅଧିକାଂଶ ରାଜ୍ୟର ଅର୍ଥ ମନ୍ତ୍ରୀମାନେ କେନ୍ଦ୍ରୀୟ ଜିଏସଟି ପରିଷଦର ସଦସ୍ୟ ହୋଇଥିବାବେଳେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରିଷଦର ସଦସ୍ୟ ହେବା ନେଇ କନକ ବର୍ଦ୍ଧନ ସିଂହଦେଓଙ୍କୁ ମନୋନୀତ କରିଥିଲେ।
କେନ୍ଦ୍ରୀୟ ଜିଏସଟି ପରିଷଦରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ଆବାହକ ରହିଛନ୍ତି। ସେହିପରି ଆସାମର ଅର୍ଥ ମନ୍ତ୍ରୀ ଅଜନ୍ତା ନିଓଗ, ଆନ୍ଧ୍ରପ୍ରଦେଶର ଅର୍ଥ ମନ୍ତ୍ରୀ ପାୟଭଲୁ କେଶବ, ତାମିଲନାଡୁର ଅର୍ଥ ମନ୍ତ୍ରୀ ଥାଙ୍ଗମ ଥେନାରସୁ, ହରିୟାଣାର ଅର୍ଥ ମନ୍ତ୍ରୀ ଜୟପ୍ରକାଶ ପଟେଲ, ଛତିଶଗଡ଼ର ଅର୍ଥମନ୍ତ୍ରୀ ଓପି ଚୌଧୁରୀ ଓ ଦିଲ୍ଲୀର ଅର୍ଥ ମନ୍ତ୍ରୀ ଆତିଶି ମାରଲେନା ପରିଷଦର ସଦସ୍ୟ ହୋଇଛନ୍ତି।