September 19, 2024

ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ

1 min read

ଭୁବନେଶ୍ୱର : ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ସବୁ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବା ପରେ ବ୍ୟୟ ମଞ୍ଜୁରୀ ବିଲ୍‌ କୁ ଗୃହରେ ପାରିତ କରାଯିବ । ଏହାବାଦ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି । ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ , ସରକାରୀ ଉଦ୍ୟୋଗ ଓ ଶ୍ରମ , କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।

ଆଜି ଶୂନ୍ୟକାଳରେ ଗୃହ ବେଶ ସରଗରମ ରହିବ । ଚିକିଟି ମଦମୃତ୍ୟୁ, ଢେଙ୍କାନାଳ ଗଣଦୁଷ୍କର୍ମ, ସୁଭଦ୍ରା, ଆଇନ ଶୃଙ୍ଖଳା, ରେଭେନ୍ସା ନାମ ପରିବର୍ତ୍ତନ ପ୍ରସ୍ତାବ, ଖଣିଜ ସମ୍ପଦର କୁବିନିଯୋଗ ଆଦି ପ୍ରସଙ୍ଗକୁ ଉଠାଇ ସରକାରଙ୍କୁ ଘେରିବେ ବିରୋଧୀ । ସେହିପରି ବ୍ୟୟ ମଞ୍ଜୁରୀ ଆଲୋଚନା ସମୟରେ ତିନି ମାସର ମୋହନ ସରକାର ପ୍ରତିଶୃତି ଦେଇ କିପରି ରାଜ୍ଯବାସୀଙ୍କୁ ପ୍ରତାରିତ କରିଛନ୍ତି ସେ ପ୍ରସଙ୍ଗ ଉଠାଇବେ ବିରୋଧୀ ବିଜେଡି ଓ କଂଗ୍ରେସ । ବିଶେଷକରି ସୁଭଦ୍ରା, ମାଗଣା ବିଜୁଳି, ସମସ୍ତଙ୍କୁ ୩୫ଶହ ଟଙ୍କାର ଭତ୍ତା ଭଳି ବିଜେପିର ଧୋକା କଥା ଉଠାଇ ସରକାରଙ୍କୁ ଟାର୍ଗେଟ କରିବେ ବିରୋଧୀ । ଅନ୍ୟ ପଟେ ଶାସକ ଦଳ ମଧ୍ୟ ତିନି ମାସର ସରକାରଙ୍କ ସଫଳତାର କଥାକୁ ଗୃହରେ ଉଠାଇବ।

Leave a Reply

Your email address will not be published. Required fields are marked *