October 18, 2024

ଜାରି ରହିଛି ଲଘୁଚାପର ପ୍ରଭାବ

1 min read

ଭୁବନେଶ୍ୱର: ରାଜ୍ୟରେ ଏବେ ଜାରି ରହିଛି ଲଘୁଚାପର ପ୍ରଭାବ । ଗତ ଦୁଇ ଦିନ ହେବ ବର୍ଷାର ପରିମାଣ ବଢିଥିବା ବେଳେ ଆଜି ଟ୍ବିନ ସିଟିରେ ପାଗ ଫିଟିଛି । ସେହିପରି ରାଜ୍ୟରେ ଅନେକ ସ୍ଥାନରେ ଖରା ଅନୁଭୂତ ହୋଇଥିବା ବେଳେ କିଛି କିଛି ସ୍ଥାନରେ ହାଲୁକା ଧରଣର ବର୍ଷା ହୋଇଛି ।

ତେବେ ଏବେ ଟିକେ ବର୍ଷାର ପରିମାଣ କମିଥିଲେ ମଧ୍ୟ କିଛି ସ୍ଥାନରେ ଏହାର ପ୍ରଭାବ ନେଇ ସତର୍କ ଜାରି କରିଛି ପାଣିପାଗ ବିଭାଗ । ଏନେଇ ଆସନ୍ତା ୩ ଘଣ୍ଟା ପାଇଁ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ଏହି ଦୁଇ ଜଲାରେ ହାଲୁକା ଧରଣ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *