September 19, 2024

ଘର ଭିତରୁ ଉଦ୍ଧାର ହେଲା ଅଧ୍ୟାପିକାଙ୍କ ମୃତଦେହ

1 min read

କଟକ : ଘର ଭିତରୁ ଉଦ୍ଧାର ହେଲା ଅଧ୍ୟାପିକାଙ୍କ ମୃତଦେହ । ମୃତ ଅଧ୍ୟାପିକାଙ୍କ ନା ଅନନ୍ୟା ଚକ୍ରବର୍ତୀ । ସେ କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ କାର୍ଯ୍ୟରତ ଅଧ୍ୟାପିକା ଥିଲେ । କଟକ CDA ସେକ୍ଟର -୯ ଘରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଅଧ୍ୟାପିକାଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ। ଅଧ୍ୟପିକାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *