September 19, 2024

ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

1 min read

କେନ୍ଦ୍ରାପଡା : ଆଳିରେ ଘଟିଛି ଅଭାବନୀୟ ଘଟଣା । ମଇଁଷି ପଲଙ୍କ ସହ ଯୋର ପାର ହେଉଥିବାବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଆଳି ଅନ୍ତର୍ଗତ ଦିନିଆରି ଗାଁ ନିକଟରେ ଏହି ଘଟଣା ଘଟିଛି ।

ସୂଚନା ଅନୁଯାୟୀ ମଇଁଷି ସହ ଯୋର ପାର୍‌ ହେବା ବେଳେ ଗୋଟିଏ କୁମ୍ଭୀର ବୃଦ୍ଧଙ୍କୁ ଟାଣିନେଇଥିଲା। ବୃଦ୍ଧଙ୍କ ଘର ନିକଟସ୍ଥ ଇଚ୍ଛାପୁରରେ ହୋଇଥିବାବେଳେ ଗ୍ରାମବାସୀ ମାନେ ଏବେ ଯୋରରେ ତାଙ୍କୁ ଖୋଜାଖୋଜି କରୁଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ ବାରମ୍ବାର କେନ୍ଦ୍ରାପଡାରୁ ଏହି ସମାନ ଖବର ଆସୁଛି । କୁମ୍ବୀର ଯୋଗୁ ଅନେକ ଲୋକ ମୃତ୍ୟୁ ମୁଖରେ ପଡିଲେଣି ।

Leave a Reply

Your email address will not be published. Required fields are marked *