September 7, 2024

୨୯ ତାରିଖ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

1 min read

ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣଇ ବନ୍ଦ ରହିବ । ବର୍ତ୍ତମାନ ସମୟରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜାରି ରହିଛି । ସେଥିପାଇଁ ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ସୂଚନା ଦିଆଯାଇଛି । ଏହା ପୂର୍ବରୁ ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ଗତ ୨୨ ତାରିଖ ଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଥିବାରୁ ଅଭିଯୋଗ ଶୁଣାଣିକୁ ବନ୍ଦ ରଖାଯାଇଥିଲା

Leave a Reply

Your email address will not be published. Required fields are marked *