September 7, 2024

ନିଜ ଘରୁ ମିଳିଲା ଅଭିନେତାଙ୍କ ମୃତଦେହ

1 min read

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଅଭିନେତା ପ୍ରଦୀପ କେ ବିଜୟନଙ୍କ ପରଲୋକ ଘଟିଛି। ବୁଧବାର ପଲଭକ୍କମସ୍ଥିତ ତାଙ୍କ ଘରୁ ଅଭିନେତାଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଜୟନଙ୍କ ବନ୍ଧୁ ଦୁଇ ଦିନ ହେଲା ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେ ଫୋନ୍‌ ନ ଉଠାଇବାରୁ ସେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଅଭିନେତାଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *