September 8, 2024

ଅଲୋଡ଼ା ହେଲା ଶିଶୁକନ୍ୟା

1 min read

ବଲାଙ୍ଗୀର : ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ବ୍ୟାଗ୍‌ ଭିତରୁ ଉଦ୍ଧାର ହେଲା ନବଜାତକ । ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ସଦରଥାନା ଅନ୍ତର୍ଗତ ଖର୍ଲିକାନି ଗାଁରେ ଘଟିଛି । ଉଦ୍ଧାର ପରେ ଶିଶୁକନ୍ୟାକୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ଏସ୍‌ଏନ୍‌ସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି |

ସୂଚନା ଅନୁସାରେ ଖର୍ଲିକାନି ଗାଁର ବସନ୍ତ ପରାଭୁଏ ଗାଁ ଭିତରୁ ମୁଖ୍ୟ ରାସ୍ତା ଆଡ଼କୁ ଆସିବା ବେଳେ ରାସ୍ତା ଉପରେ ବ୍ୟାଗ୍‌ ଭିତରେ ଏକ ନବଜାତ ଶିଶୁ କନ୍ୟା କାନ୍ଦୁଥିବା ଦେଖିବାକୁ ପାଇଥିଲେ । ଏହି ସମୟରେ ଶିଶୁ କନ୍ୟାଟିକୁ କିଛି ବୁଲାକୁକୁର ମଧ୍ୟ ଘେରି ଯାଇଥିଲେ | ବସନ୍ତ ସେଠାରୁ ତୁରନ୍ତ ଶିଶୁକନ୍ୟାଟିକୁ ଉଦ୍ଧାର କରି ବଲାଙ୍ଗୀର ମେଡିକାଲରେ ଭର୍ତି କରିଚ୍ଛନ୍ତି | ତେବେ ବସନ୍ତ ପରାଭୁଏ ନିଃସନ୍ତାନ ହୋଇଥିବାରୁ ସେ ଶିଶୁକନ୍ୟା ଟିକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣକରିବାକୁ ଇଚ୍ଛୁକ ରହିଛନ୍ତି | କିନ୍ତୁ ଯଦି ଶିଶୁକନ୍ୟା ଟିର କେହି ଦାବିଦାର ନ ବାହାରନ୍ତି ତେବେ ସରକାରୀ ଆଇନ ଅନୁସାରେଏହି କାର୍ଯ୍ୟ କରାଯିବ ବୋଲି ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *