January 11, 2025

ରାଜଧାନୀ ଭୁବନେଶ୍ୱରର ଏକାମ୍ର କାନନସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରରେ ଆୟୋଜିତ ବାର୍ଷିକ ପୁଷ୍ପ ପଦର୍ଶନୀ

1 min read

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ଏକାମ୍ର କାନନସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରରେ ଆୟୋଜିତ ବାର୍ଷିକ ପୁଷ୍ପ ପଦର୍ଶନୀ ଆଜି ସରିବ ନାହିଁ। ରାଜ୍ୟ ସରକାର ଏହି ପ୍ରଦର୍ଶନୀକୁ ଆହୁରି ଗୋଟିଏ ଦିନ ବଢ଼ାଇ ଦେଇଛନ୍ତି। ଏଠାକୁ ଆସୁଥିବା ଦର୍ଶକଙ୍କ ଚାହିଦାକୁ ଗୁରୁତ୍ବ ଦେଇ ସରକାର ଏହି ପ୍ରଦର୍ଶନୀକୁ ଜାନୁଆରି ୧୨ (ରବିବାର) ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ବର୍ଦ୍ଧିତ ସମୟ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପୁଷ୍ପ ପ୍ରଦର୍ଶନୀ ଜାରି ରହିବ। ସେ କହିଛନ୍ତି ଯେ, ଲୋକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏକ ଦିନ ଅବଧି ବଢ଼ାଇଛନ୍ତି। ଏହି ପ୍ରଦର୍ଶନୀ ଗତ ୭ ତାରିଖ ଦିନ ଆରମ୍ଭ ହୋଇଥିଲା। ଏହା ୧୧ ତାରିଖରେ ସାରିବାକୁ ଥିଲା। ମାତ୍ର ଏଠାରେ ପ୍ରବଳ ଲୋକଙ୍କର ଭିଡ଼ ରହୁଛି ଏବଂ ଲୋକଙ୍କର ରୁଚିକୁ ଦୃଷ୍ଟିରେ ରଖି ଏହି ପଦର୍ଶନୀ ଏକ ଦିନ ବଢ଼ାଇ ୧୨ ତାରିଖରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି।