September 8, 2024

ଓଡ଼ିଶା ସୀମାରେ ଅଟକିଥିବା ଆଳୁଟ୍ରକ ଆଜି ପଶ୍ଚିମବଙ୍ଗ ଫେରିଯାଇଛି

1 min read

ଭୁବନେଶ୍ୱର : ଆଳୁ ଗାଡ଼ି ଫେରିଯିବା ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ ଆଳୁ ନ ଦେଲେ ଆମେ ଉତ୍ତର ପ୍ରଦେଶରୁ ଆଣିବ। ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ନିଷ୍ପତ୍ତି ନେଇ ତାଙ୍କ ସହ ଆଲୋଚନା କରିବୁ। ପଶ୍ଚିମବଙ୍ଗ ଯଦି ଆଳୁ ନ ଦିଏ, ଖୁବ ଶୀଘ୍ର ୟୁପିରୁ ଆଳୁ ଆଣିବୁ। ଅନ୍ୟପଟେ ୩୨ ଟଙ୍କାରୁ ଅଧିକରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ସୀମାରେ ଅଟକିଥିବା ଆଳୁଟ୍ରକ ଆଜି ପଶ୍ଚିମବଙ୍ଗ ଫେରିଯାଇଛି। ଶତାଧିକ ଆଳୁ ଟ୍ରକ ରପ୍ତାନୀ ଅନୁମତି ନ ପାଇ ପଛକୁ ଫେରିଯାଇଥିବା ଜଣାପଡିଛି।ସୁନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଆଳୁ ଟ୍ରକ ଅଟକାଇଥିଲା। ଦିନକୁ ଦିନ ବଢିଚାଲିଛି ଦର। ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନଥିବାରୁ ଦର ବଢୁଥିବା ବ୍ୟବସାୟୀ କହିଛନ୍ତି। ଏହି ସମୟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଭୁବନେଶ୍ବର ଆଳୁ ଗୋଦାମ ତଦାରଖ କରିଛନ୍ତି। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୭ଦିନ ପର୍ଯ୍ୟନ୍ତ ଆଳୁ ଗଚ୍ଛିତ ହୋଇ ରହିଛି । ଏବେ ଆଳୁ ୨୦ରୁ ୨୨ ଟଙ୍କାରେ କିଣାଯାଉଛି। ବ୍ୟବସାୟୀ ୫ରୁ ୭ଟଙ୍କା ଲାଭ ରଖି ବିକିବା କଥା। ହେଲେ ୪୫ରୁ ୫୦ ଟଙ୍କାରେ କାହିଁକି ବିକ୍ରି ହେଉଛି ତାହା ସମୀକ୍ଷା କରାଯାଉଛି। ଶୀତଳଭଣ୍ଡାରରେ ଆଳୁ ରଖି କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ପଶ୍ଚିମବଙ୍ଗ ଫେରିଗଲା ଆଳୁ ଗାଡି । ସୀମା ନିକଟ ଚେକପୋଷ୍ଟରୁ ଅଟକି ରହିଥିବା ପଶ୍ଚିମବଙ୍ଗର ସମସ୍ତ ଆଳୁ ଗାଡି ଓଡ଼ିଶାକୁ ନଆସି ଫେରିଯାଇଛି । ଖଡଗପୁର ଟ୍ରାଫିକ ଏସପିଙ୍କ ନେତୃତ୍ୱରେ ଗାଡି ଫେରିଯାଇଥିବା ସୂଚନା ମିଳିଛି। ପଶ୍ଚିମବଙ୍ଗ ପଟୁ ଆଳୁ ଟ୍ରକକୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ମିଳି ନଥିବାରୁ ଟ୍ରକ୍ ଫେରି ଯାଇଛି। ପଶ୍ଚିମବଙ୍ଗରୁ ଆମଦାନି ବନ୍ଦ ହେବା ଫଳରେ ଓଡ଼ିଶାରେ ଆଳୁ ବଜାରରେ ଦର ଆକାଶ ଛୁଆଁ ହେବାରେ ଲାଗିଛି। ସେପଟେ ୟୁପିର ଆଳୁ ଗାଡି ଆସିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ଦୁର୍ଭାଗ୍ୟଜନକ ନିଷ୍ପତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର, ତାଙ୍କ ସହ ଆଲୋଚନା କରାଯିବ । ପଶ୍ଚିମବଙ୍ଗ ନଦେଲେ ୟୁପିରୁ ଆଳୁ ଗାଡି ରାଜ୍ୟକୁ ଆସିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ସକାଳେ ଆଳୁ ଗୋଦାମରେ ପହଞ୍ଚି ସ୍ଥିତି ପରିଖିଥିଲେ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଗାମୀ ୭ ଦିନ ଯାଏ ମହଜୁଦ ରହିଛି ଆଳୁ। ଗୋଦାମରେ ଆଳୁ ମୂଲ୍ୟ ୨୭ଟଙ୍କା ଥିବାବେଳେ ଦୋକାନୀ ମାନେ ୩୨ଟଙ୍କାରେ ବିକିବା କଥା । ୩୨ଟଙ୍କାରେ ଆଳୁ ବିକ୍ରି କରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ । ଏହାସହିତ ୩୨ଟଙ୍କାରୁ ଅଧିକ ଦରରେ ଆଳୁ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତିି ।

Leave a Reply

Your email address will not be published. Required fields are marked *