September 19, 2024

ଖୋଲିଲା ହୀରାକୁଦର ୮ଟି ଗେଟ୍

1 min read

ହୀରାକୁଦ : ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରି ରହଛି। ଫଳରେ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଉଛି। ଜଳସ୍ତର ବୃଦ୍ଧିକୁ ନେଇ ଶନିବାର ଦିନ ହୀରାକୁଦ ଡ୍ୟାମର ଆଉ ୮ଟି ଗେଟ ଖୋଲାଯାଇଛି। ଶୁକ୍ରବାର ଦିନ ହୀରାକୁଦ ଡ୍ୟାମର ୬ଟି ଗେଟ ଖୋଲା ଯାଇଥିଲା। ବର୍ତ୍ତମାନ ୧୪ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି। ଆବଶ୍ୟକ ପଡ଼ିଲେ ଅଧିକ ଗେଟ୍ ଖୋଲାଯିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ରଞ୍ଜନ କୁମାର ମହାନ୍ତି କହିଛନ୍ତି।

ଜଳ ନିଷ୍କାସନ ଯୋଗୁଁ ମହାନଦୀର ତଳମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇବ। ଏ ନେଇ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏପଟେ ଅଗଷ୍ଟ ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଚେତାବନୀ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Leave a Reply

Your email address will not be published. Required fields are marked *