September 19, 2024

ମ୍ୟୁନିସିପାଲ କର୍ପୋରେସନ ଅଧୀକ୍ଷକଙ୍କ ଘରେ ଚଢ଼ଉ, ମିଳିଲା ୧୦ କୋଟି ଟଙ୍କାର ସମ୍ପତ୍ତି

1 min read

ତେଲେଙ୍ଗାନା: ନିଜାମାବାଦ ମ୍ୟୁନିସିପାଲ କର୍ପୋରେସନ ଅଧୀକ୍ଷକଙ୍କ ଘରେ ଚଢ଼ଉ, ମିଳିଲା ୧୦ କୋଟି ଟଙ୍କାର ସମ୍ପତ୍ତି ଦୁର୍ନୀତି ନିବାରଣ ବ୍ୟୁରୋ ଜାଲରେ ଛନ୍ଦି ହୋଇଛନ୍ତି ତେଲେଙ୍ଗାନା ନିଜାମାବାଦ ମ୍ୟୁନିସିପାଲ କର୍ପୋରେସନର ଅଧୀକ୍ଷକ ତଥା ରାଜସ୍ଵ ଅଧିକାରୀ ଦାସାରି ନରେନ୍ଦ୍ର କୁମାର। ଚଢ଼ଉ ବେଳେ ବାବୁଙ୍କ ଘରୁ ମିଳିଛି ପୁଳା ପୁଳା ସୁନା ଏବଂ ନଗଦ ୩ କୋଟି ଟଙ୍କା।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦାସାରି ନରେନ୍ଦ୍ର କୁମାରଙ୍କ ଘରେ ଶନିବାର ଦିନ ଚଢ଼ଉ କରିଥିଲା ଦୁର୍ନୀତି ନିବାରଣ ବ୍ୟୁରୋ ଟିମ। ଚଢ଼ଉ ବେଳେ ନରେନ୍ଦ୍ର କୁମାରଙ୍କ ଘରେ ଥିବା ଏକ କାର୍ଟୁନ ବକ୍ସରୁ ମିଳିଛି ୩ କୋଟି ଟଙ୍କା। ଏହା ସହ ୫୧ ଭରିର ସୁନା ଅଳଙ୍କାର, ୧୭ଟି ପ୍ଲଟ, ବିଭିନ୍ନ ବ୍ୟାଙ୍କର ପାସବୁକ ଏବଂ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର।

ଦାସାରି ନରେନ୍ଦ୍ର କୁମାରଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୧୦ ଲକ୍ଷ ଟଙ୍କା ଜମା ଥିବା ଚଢ଼ଉ ବେଳେ ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ରାଜସ୍ଵ ଅଧିକାରୀଙ୍କ ସମ୍ପତ୍ତିର ମୂଲ୍ୟ ୧୦ କୋଟି ଟଙ୍କା ଆକଳନ କରାଯାଇଛି। ସରକାରୀ ବାବୁଙ୍କ ସମ୍ପତ୍ତି ମୂଲ୍ୟ ଆହୁରି ବଢ଼ିବାର ଆଶଙ୍କା ରହିଛି। ଦୁର୍ନୀତି ନିବାରଣ ବ୍ୟୁରୋ ପକ୍ଷରୁ ଖୋଳତାଡ଼ ଜାରି ରହିଛି।

Leave a Reply

Your email address will not be published. Required fields are marked *