September 7, 2024

ଖରାଦିନର ସେ୍ୱଟ୍‌ ପ୍ରୁଫ୍‌ ମେକଅପ୍‌

1 min read

ଖରାଦିନ ଆସିଲେ ମେକଅପକୁ ଭଲ ପାଉଥିବା ଲୋକଙ୍କର ଚିନ୍ତା ବଢିଥାଏ । ଏହି ଦିନେ ଝାଳ ଅଧିକ ବାହାରୁଥିବାରୁ ମେକଅପକୁ ଲଙ୍ଗଲାଷ୍ଟିଂ କରାଇବା ଏକ ସମସ୍ୟାରେ ପରିଣତ ହୋଇଥାଏ । ତେବେ ଏଭଳି କିଛି ଟି ରହିଛି ଯାହାକୁ ଫଲୋ କରି ଆପଣ ଏକ ସେ୍ୱଟ୍‌ ପ୍ରୁଫ୍‌ ମେକଅପ କରିପାରିବେ ।

–ସେ୍ୱଟ ପ୍ରୁଫ୍‌ ମେକଅପକୁ ଲଙ୍ଗ ଲାଷ୍ଟିଂ କରିବା ପାଇଁ ପ୍ରାଇମର ଗୋଟିଏ ଭଲ ଅପସନ୍‌ । ଏହା ଗୋଟିଏ ଖୁବ ଭଲ ବେସ୍‌ ତିଆରି କରିବାକୁ ସାହାଯ୍ୟ କରିଥାଏ । ପ୍ରାଇମରରେ ଆପଣ ଜେଲ୍‌ ବେସ୍‌ କିମ୍ବା ସିଲିକନ୍‌ ବେସ୍‌ ବ୍ୟବହାର କରିପାରିବେ । ଏହା ଲଗାଇବା ପାଇଁ ଖୁବ ସହଜ ହୋଇଥାଏ, ଏହା ସହିତ ଏହା ଆପଣଙ୍କ ତ୍ୱଚାର ତେଲିଆ ଅଂଶକୁ ନିୟନ୍ତ୍ରଣ କରିଥାଏ । ଏହାସହ ମେକଅପକୁ ଲଙ୍ଗ ଲାଷ୍ଟିଂ ମଧ୍ୟ କରାଇଥାଏ ।

— ଖରାଦିନେ ସବୁବେଳେ ଚେଷ୍ଟା କରନ୍ତୁ ନିଜ ବିୟୁଟି ପ୍ରଡକଫର ୱାଟରଫ୍ରୁଫ ଭର୍ସନ ବ୍ୟବହାର କରିବେ । ଯାହାଫଳରେ ଏହା ଆପଣଙ୍କୁ ଏକ ସେ୍ୱଟ୍‌ ଫ୍ରୁଫ୍‌ ମେକଅପ ପ୍ରଦାନ କରିବ । ଏଥିରେ ବେସ୍‌ ଓ ଆଇ ମେକଅପକୁ ସବୁଠାରୁ ଆଗରେ ରଖନ୍ତୁ । ସେହିଭଳି ମେକଅପ୍‌ ରିମୁଭର ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ସବୁବେଳେ ଶୋଇବାକୁ ଯିବା ଆଗରୁ ନିଜର ମେକଅପକୁ ସଫା କରିବାକୁ ଭୁଲନ୍ତୁ ନାହିଁ । ସେହିଭଳି ବାହାରକୁ ଯିବାଆଗରୁ ସନ୍ସକ୍ରିମ୍‌ ଲଗାଇବାକୁ ଭୁଲନ୍ତୁ ନାହିଁ ।

— ସବୁବେଳେ ଖରାଦିନିଆ ମେକଅପରେ ମ୍ୟାଟ୍‌ ଫିନିସ୍‌ ଆଣିବାକୁ ଚେଷ୍ଟା କରନ୍ତୁ । ଯାହାଫଳରେ ଝାଳ ବୋହିବା ସମୟରେ ଏହା ଆପଣଙ୍କ ମେକଅପକୁ ଲଙ୍ଗଲାଷ୍ଟିଂ କରାଇବ । ସେହିଭଳି ଏହି ଦିନେ ଅଏଲ ବେସ୍‌ କ୍ରିମ୍‌ ଠାରୁ ଦୂରେଇ ରହିବା ଭଲ ହୋଇଥାଏ । ଝାଳ କାରଣରୁ ଆପଣଙ୍କ ମୁହଁରେ ଏକ ସାଇନ୍‌ ରହିଥାଏ, ତେଣୁ ମ୍ୟାଟବେସ୍‌ ପ୍ରଡକ୍ଟ ଏହି ଦିନେ ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *