March 12, 2025

ସୁନିତା ୱିଲିୟମ୍‌ସଙ୍କୁ ରାଜନୈତିକ କାରଣରୁ ମହାକାଶରେ ଛାଡ଼ି ଦେଇଛନ୍ତି

1 min read

NASA astronaut Suni Williams delivers remarks during a press conference ahead of the launch of Boeing’s Starliner spacecraft aboard a United Launch Alliance Atlas V rocket, Wednesday, May 18, 2022, at NASA’s Kennedy Space Center in Florida. Boeing’s Orbital Flight Test-2 will be Starliner’s second uncrewed flight test and will dock to the International Space Station as part of NASA's Commercial Crew Program. The mission, currently targeted for launch on 6:54 p.m. ET on May 19, will serve as an end-to-end test of the system's capabilities. Photo Credit: (NASA/Joel Kowsky)

ୱାଶିଂଟନ୍ ଡିସି: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରାମର୍ଶଦାତା ଏଲୋନ୍ ମସ୍କ ଦାବି କରିଛନ୍ତି ଯେ ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ “ରାଜନୈତିକ କାରଣ ପାଇଁ” ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍‌ଏସ୍‌) ରେ “ପରିତ୍ୟକ୍ତ” ଅବସ୍ଥାରେ ଛାଡ଼ି ଦେଇଥିଲେ ପୂର୍ବ ସରକାର। ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଉପରେ ଏଭଳି ଅ‌ାରୋପ ଲଗାଇଛନ୍ତି। ଟ୍ରମ୍ପ ଏବଂ ମସ୍କ ଫକ୍ସ ନ୍ୟୁଜରେ ସେମାନଙ୍କର ପ୍ରଥମ ମିଳିତ ସାକ୍ଷାତକାର ପାଇଁ ବସିଥିବା ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି।

ଯେତେବେଳେ ଗଣମାଧ୍ୟମ ପ୍ରତିନିଧୀ ରାଷ୍ଟ୍ରପତି ଏବଂ ତାଙ୍କ ପରାମର୍ଶଦାତାଙ୍କୁ ମହାକାଶରେ ଫସି ରହିଥିବା ଦୁଇ ମହାକାଶଚାରୀଙ୍କ ବିଷୟରେ ପଚାରିଲେ ତ ମସ୍କ ତୁରନ୍ତ ଉତ୍ତର ଦେଇଥିଲେ କି ‘‘ ଆମେ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନକୁ ତ୍ୱରାନ୍ୱିତ କରୁଛୁ।’’

ସାକ୍ଷାତ୍‌କାରରେ ଟ୍ରମ୍ପ୍‌ କହିଲେ କି ‘‘ମୋତେ ଲାଗୁଛି ସେମାନଙ୍କୁ ଛାଡ଼ି ଦିଆଯାଇଥିଲା।’’ ମସ୍କ ରାଷ୍ଟ୍ରପତିଙ୍କ ଦାବିକୁ ସମର୍ଥନ କରି କହିଥିଲେ, “ହଁ, ରାଜନୈତିକ କାରଣରୁ ସେମାନଙ୍କୁ ସେଠାରେ ଛାଡି ଦିଆଯାଇଥିଲା, ଯାହା ଭଲ ନୁହେଁ।”

ସ୍ପେସ୍ ଏକ୍ସର ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ଫେରାଇ ଆଣିବା ପାଇଁ ମିସନ ବିଷୟରେ ପଚରାଯିବାରୁ ମସ୍କ କହିଥିଲେ, “ଆମେ ପୂର୍ବରୁ ଅନେକ ଥର ମହାକାଶଚାରୀମାନଙ୍କୁ ମହାକାଶ ଷ୍ଟେସନରୁ ଫେରାଇ ଆଣିଛୁ, ଏବଂ ସର୍ବଦା ସଫଳତାର ସହିତ।”

ମିସନର ସମୟସୀମା ବିଷୟରେ ପଚରାଯିବାରୁ ମସ୍କ କହିଥିଲେ, “ମୁଁ ଭାବୁଛି ସେମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରାୟ ଚାରି ସପ୍ତାହ ଲାଗିବ।”