September 7, 2024

ସୁନୀତା ଓ୍ବିଲିୟମ୍ସଙ୍କୁ ନେଇ ଆସିଲା ଭଲ ଖବର

1 min read

ନାସାର ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବ୍ୟାରୀ ୱିଲମୋର ପ୍ରାୟ ଦେଢ ମାସ ଧରି ମହାକାଶରେ ଅଟକି ରହିଛନ୍ତି। ବୋଇଙ୍ଗ୍‌ ଷ୍ଟାରଲାଇନରରେ ତ୍ରୁଟି ଯୋଗୁ ଉଭୟ ମହାକାଶଚାରୀ ଏପର୍ଯ୍ୟନ୍ତ ଫେରିପାରି ନାହାନ୍ତି। ତେବେ ଇତି ମଧ୍ୟରେ ମହାକାଶଚାରୀଙ୍କୁ ଏକ ଭଲ ଖବର ଆସିଛି। ନାସା ଏବଂ ବୋଇଙ୍ଗ୍ ଇଞ୍ଜିନିୟରମାନେ ଷ୍ଟାରଲିନର୍ ମହାକଶଯାନର ଥ୍ରଷ୍ଟର ପରୀକ୍ଷଣ କାର୍ଯ୍ୟ ଶେଷ କରିଛନ୍ତି। ମହାକାଶଯାନରଫେରିବା ଯୋଜନା ପ୍ରସ୍ତୁତ କରିବାକୁ ନାସା ଏବଂ ବୋଇଙ୍ଗ୍ ଏହି ପରୀକ୍ଷଣକୁ ଅପେକ୍ଷା କରିଥିଲେ।
ଗତ ସପ୍ତାହ ଶେଷରେ ପ୍ରକାଶିତ ଏକ ଅପଡେଟ୍‌ରେ ଦର୍ଶାଯାଇଛି ଯେ, ନ୍ୟୁ ମେକ୍ସିକୋରେ ହ୍ବାଇଟ୍‌ ସ୍ୟାଣ୍ଡ୍ସ ଟେଷ୍ଟ ଫାସିଲିଟିରେ ଷ୍ଟାରଲାଇନର୍ ରିଆକ୍ସନ୍ କଣ୍ଟ୍ରୋଲ୍ ସିଷ୍ଟମ୍ ଥ୍ରଷ୍ଟରର ମୂଳ ପରୀକ୍ଷଣ ଶେଷ ହୋଇଛି। ଏବେ ତଥ୍ୟ ସମୀକ୍ଷା ଉପରେ ଟିମ୍‌ର ଧ୍ୟାନ ରହିଛି। ମହାକାଶଯାନ ସୁନୀତା ୱିଲିୟମ୍ସ ଏବଂ ବ୍ୟାରୀ ୱିଲମୋରଙ୍କୁ ଜୁନ୍ ୫ରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍(ଆଇଏସ୍ଏସ୍)କୁ ନେଇଥିଲା। ମହାକାଶଚାରୀଙ୍କ ଏହି ମିଶନ୍ କେବଳ ଆଠ ଦିନ ପାଇଁ ଥିଲା। ବୋଇଙ୍ଗ୍ ଷ୍ଟାରଲାଇନରର ଏହା ପ୍ରଥମ ଉଡ଼ାଣ ଥିଲା।

Leave a Reply

Your email address will not be published. Required fields are marked *