September 16, 2024

ଇଓଏସ୍‌-୦୮ ସାଟେଲାଇଟର ସଫଳ ଉତକ୍ଷେପଣ

1 min read

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସଫଳତାର ସହ ଉତକ୍ଷେପଣ କରିଛି ଆର୍ଥ ଅବଜରଭେସନ ସାଟେଲାଇଟ୍ ଇଓଏସ୍‌-୦୮। ଶୁକ୍ରବାର ସକାଳ ୯ଟା ୧୭ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ ଏହି ଉତକ୍ଷେପଣ କରାଯାଇଛି। ଇସ୍ରୋ ନିଜର ନୂତନ ରକେଟ ଏସଏସଏଲଭି-ଡି୩ ଜରିଆରେ ସାଟେଲାଇଟକୁ ମହାକାଶକୁ ପଠାଇଛି।

ଇସ୍ରୋ ଏସଏସଏଲଭି-ଡି୩ ରକେଟ ମାଧ୍ୟମରେ ଇଓଏସ୍‌-୦୮ ସାଟେଲାଇଟକୁ ମହାକାଶର ୪୭୫ କିଲୋମିଟର ଉଚ୍ଚରେ ଥିବା କକ୍ଷପଥରେ ପହଞ୍ଚାଇଛି। ଇସ୍ରୋର ରକେଟ ମାତ୍ର ୧୫ମିନିଟ ମଧ୍ୟରେ ଏହି ଅଭିଯାନକୁ ପୁରା କରିଥିଲା। ଉକ୍ତ ରକେଟରେ ଇଓଏସ୍‌-୦୮ ସାଟେଲାଇଟ୍ ସହ ଏସଆର୍-୦୮ ନାମକ ଏକ ଡମି ସାଟେଲାଇଟକୁ ମଧ୍ୟ ମହାକାଶକୁ ଛଡ଼ାଯାଇଥିଲା।

ଇଓଏସ୍‌-୦୮ ସାଟେଲାଇଟକୁ ଇସ୍ରୋ ଦ୍ଵାରା ବିକଶିତ କରାଯାଇଛି। ଏହାର ଓଜନ ୧୭୫ କିଲୋଗ୍ରାମ ରହିଛି। ସାଟେଲାଇଟରେ ତିନୋଟି ପେଲୋଡ୍ ଅଛି। ଏଥିରେ ଇଲେକ୍ଟ୍ରୋ ଅପ୍ଟିକାଲ୍ ଇନଫ୍ରାଡ୍ ପେଲୋଡ୍ (ଇଓଆଇଆର), ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍-ରିଫ୍ଲେକ୍ଟୋମେଟ୍ରି ପେଲୋଡ୍ (ଜିଏନଏସଏସ-ଆର) ଏବଂ ଏସଆଇସି-ୟୁଭି ଡୋସିମିଟର ଅନ୍ତର୍ଭୁକ୍ତ। ଏହା ପୃଥିବୀରେ ହେଉଥିବା ଜଳବାୟୁର ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ୍ୟ ପାଣିପାଗ ସମ୍ବନ୍ଧୀୟ ଗତିବିଧି ଉପରେ ନଜର ରଖିବ।

ଏସଏସଏଲଭି ରକେଟ୍ ୫୦୦ କିଲୋଗ୍ରାମ ଓଜନ ଯାଏଁ ଉପଗ୍ରହକୁ ମହାକାଶର ନିମ୍ନ କକ୍ଷପଥରେ ଉତକ୍ଷେପଣ କରିବା ପାଇଁ ବ୍ୟବହାର କରାଯାଏ। ଏହା ଦ୍ଵାରା ଉପଗ୍ରହ ଉତକ୍ଷେପଣ ପାଇଁ କମ ଟଙ୍କା ଖର୍ଚ୍ଚ ହୁଏ। ଏହି ଏସଏସଏଲଭି ରକେଟର ବ୍ୟାସ ୨ ମିଟର ଏବଂ ଏହାର ମୋଟ ଓଜନ ୧୨୦ ଟନ ଅଟେ।

Leave a Reply

Your email address will not be published. Required fields are marked *