September 19, 2024

ପ୍ରତି ବ୍ଲକ୍ ଓ ପଞ୍ଚାୟତରେ ସୁଭଦ୍ରା ସ୍ବାଗତ ସପ୍ତାହ ପାଳନ କରାଯାଉଛି

1 min read

ଭୁବନେଶ୍ୱର : ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ କେନ୍ଦ୍ରରେ ମହିଳାଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ପ୍ରତି ବ୍ଲକ୍ ଓ ପଞ୍ଚାୟତରେ ସୁଭଦ୍ରା ସ୍ବାଗତ ସପ୍ତାହ ପାଳନ କରାଯାଉଛି। ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ସୁଭଦ୍ରା ସଚେତନତା ରଥ ମଧ୍ୟ ବୁଲୁଛି। ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆସନ୍ତାକାଲି ‘ସୁଭଦ୍ରା’ ସ୍ବାଗତ ପଦଯାତ୍ରା ଆୟୋଜିତ ହେବ। ପ୍ରତି ପଞ୍ଚାୟତରେ ଜିପିଏଲ୍‌ଏଫ୍‌ଙ୍କ ନେତୃତ୍ବରେ ଏହି ଯାତ୍ରା ଅନୁଷ୍ଠିତ ହେବ। ଏଥିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ସାମିଲ ହେବେ। ରାଜ୍ୟରେ ସମୁଦାୟ ୧୦ହଜାର ପଦଯାତ୍ରା କରାଯିବ। ଭୁବନେଶ୍ବରରେ ଗିରିଦୁର୍ଗା ମନ୍ଦିରରୁ ଶୋଭାଯାତ୍ରା ଆରମ୍ଭ ହୋଇ ରମାଦେବୀଙ୍କ ପ୍ରତିମୂର୍ତ୍ତି ନିକଟରେ ପଦଯାତ୍ରା ଶେଷ ହେବ। ଆସନ୍ତାକାଲିସୁଦ୍ଧା ଯେତିକି ସଂଖ୍ୟକ ଫର୍ମ ଆବେଦନ ହୋଇଥିବ ଏହି ସଂଖ୍ୟା ଆଧାରରେ ବ୍ୟାଙ୍କରୁ ହିତାଧିକାରୀଙ୍କୁ ଟଙ୍କା ପଠାଯିବ।

Leave a Reply

Your email address will not be published. Required fields are marked *