March 12, 2025

ଆସାମରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ

1 min read

ନୂଆଦିଲ୍ଲୀ: ଆଜି ସକାଳୁ ସକାଳୁ ଆସାମରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ରେକର୍ଡ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ ରାତି ୨ଟା ୨୫ ମିନିଟ୍ ରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। କେବଳ ମୋରିଗାଓଁ ନୁହେଁ ଗୌହାଟୀ, ଶିଲଂ ଏବଂ ଆସାମର ଅନ୍ୟାନ୍ୟ ସ୍ଥାନରେ ବି ଭୂକମ୍ପ ହୋଇଛି। ଭୂକମ୍ପ ହେବା ମାତ୍ରେ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ବତ୍ତର୍ମାନ ପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି। ପୂର୍ବରୁ ଜାନୁଆରୀ ମାସରେ ମଧ୍ୟ ଆସାମରେ ଭୂକମ୍ପ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ୪.୮ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାର ଥିବାବେଳେ ଏହାର ଗଭୀରତା ୧୦୬ କିଲୋମିଟର ଥିଲା।