ଆଜି ରାଜ୍ୟ କ୍ୟାବିନେଟ ବୈଠକ
1 min readଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ସକାଳ ୯ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ତୃତୀୟ ମହଲାରେ ଅନୁଷ୍ଠିତ ହୋଇଛି ବୈଠକ । ଏଥିରେ ପ୍ରସ୍ତାବିତ ବଜେଟ୍ ସହ କେତେକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ୨୨ରୁ ଆରମ୍ଭ ହେଉଛି ବଜେଟ୍ ଅଧିବେଶନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅର୍ଥ ବିଭାଗର ଦାୟିତ୍ୱରେ ଥିବାରୁ ସେ ବଜେଟ୍ ଉପସ୍ଥାପନ କରିବେ । ଆସନ୍ତା ୨୫ ତାରିଖରେ ବିଧାନସଭାରେ ଆଗତ ହେବ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍।