September 8, 2024

ବିଜେପି ଫୋକସ୍‌ରେ ଓଡିଶା ଆସୁଛନ୍ତି ଷ୍ଟାର ପ୍ରଚାରକ

1 min read

ଭୁବନେଶ୍ୱର : ଓଡ଼ିଶାରେ ମାରାଥନ ପ୍ରଚାର କରିବାକୁ ଆସୁଛନ୍ତି ବିଜେପିର ବହୁ ବରିଷ୍ଠ ନେତା,ବିଜେପି ଫୋକସ୍‌ରେ ଓଡିଶା । ନିର୍ବାଚନ ପ୍ରଚାର କରିବାକୁ ଆସୁଛନ୍ତି ବିଜେପିର ଷ୍ଟାର ପ୍ରଚାରକ | ଜ୍ୟୋତିରାଦିତ୍ୟଙ୍କ ସ୍ଥାନରେ ଓଡ଼ିଶାରେ ପ୍ରଚାର କରିବେ ହେମାମାଳିନୀ ଏହା ସହିତ ଓଡିଶାରେ ଘନ ଘନ ସମାବେଶ କରିବାକୁ ଆସୁଛନ୍ତି ବିଜେପିର ବହୁ ହେଭିୱେଟ | ପ୍ରଧାନମନ୍ତ୍ରୀଙ୍କ ଠାରୁ ଦୁଇ କେନ୍ଦ୍ରୀୟ ମନ୍ତ୍ରୀଙ୍କ ଗସ୍ତ ପରେ ପୁଣି ୮ ତାରିଖରୁ ଓଡିଶା ଗସ୍ତରେ ଆସୁଛନ୍ତି ବିଷ୍ଣୁ ଦେବ ସାଏ,ନିତିନ ଗଡ଼କରୀ,ରାଜନାଥ ସିଂ,ହିମନ୍ତ ବିଶ୍ବଶର୍ମା ଏବଂ ପ୍ରଧାନମନ୍ତ୍ରୀ |

ଓଡ଼ିଶାରେ ବିଜେପି ପାଇଁ ପ୍ରଚାର କରିବାକୁ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦଳର ତୁଙ୍ଗ ନେତା। ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭବାନୀପାଟଣା ଓ ରାୟଗଡ଼ାରେ ଜନସଭାକୁ ସମ୍ବୋଧିତ କରିବେ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଓଡିଶା ଗସ୍ତରେ ଆସି ନବରଙ୍ଗପୁରରେ ୩ ଟି ସ୍ଥାନରେ ସମାବେଶ କରିବେ | ସେହିପରି ୯ ତାରିଖରେ ନିତିନ ଗଡ଼କରୀ ଓଡିଶା ଆସି ପୁରୀଜିଲ୍ଲା କୃଷ୍ଣ ପ୍ରସାଦରେ ଏକ ବିରାଟ ସମାବେଶ କରିବେ | ପୁଣି ସେହିଦିନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓଡିଶା ଗସ୍ତରେ ଆସି ମାଲକାନଗିରି,ଚିତ୍ରକୋଣ୍ଡା,ଏବଂ ଖଲ୍ଲିକୋଟ ଗସ୍ତ କରି ଦଳୀୟ ନେତାଙ୍କ ପାଇଁ ଭୋଟ ମାଗିବେ |

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’୧୦ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ଶୋ’ କରିବେ । ସନ୍ଧ୍ୟା ୬ଟାରୁ ଏହି ରୋଡ ଶୋ’ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ମାଷ୍ଟରକ୍ୟାଣ୍ଟିନଛକ ଠାରୁ ରୋଡ ଶୋ’ ଆରମ୍ଭ ହୋଇ ବାଣୀବିହାର ଛକ ପର୍ଯ୍ୟନ୍ତ ଆସିବ। ଏହି ରୋଡ ଶୋ’ରେ ଜନସାଧାରଣଙ୍କୁ ସାମିଲ ହେବାକୁ ଭୁବନେଶ୍ୱର ଭାଜପା ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *