September 7, 2024

‘ଶ୍ରୀ ଅନ୍ନ’ ଅଭିଯାନ ଆରମ୍ଭ

1 min read

ଭୁବନେଶ୍ୱର: ରାଜ୍ୟ ବଜେଟରେ ମିଲେଟ୍ ଜାତୀୟ ଫସଲର ଉତ୍ପାଦନ ଓ ବ୍ୟବହାରକୁ ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ‘ଶ୍ରୀ ଅନ୍ନ’ ଅଭିଯାନ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ କହିଛନ୍ତି। ଏହି କାର୍ଯ୍ୟକ୍ରମ ଲାଗି ରାଜ୍ୟ ସରକାର ୬୪୯ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା କାର୍ଯ୍ୟକାରୀ ହେବା ଫଳରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମିଲେଟ୍ ଚାଷୀଙ୍କୁ ବିଶେଷ ପ୍ରୋତ୍ସାହନ ମିଳିବ।

ରାଜ୍ୟ ଭିତରେ ମିଲେଟର ଚରହିଦା କିପରି ବଢ଼ିବ ସେନେଇ ସରକାର ଏକ ସୁଦୃଢ଼ ଯୋଗାଣ ବ୍ୟବସ୍ଥା ସୃଷ୍ଟି କରିବେ। ଏହାସହ ମିଲେଟର ରପ୍ତାନୀ ଓ ଉତ୍ପାଦନକୁ ଦୁଇଗୁଣିତ କରାଯିବ। ମିଲେଟ୍ ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପନ

ପାଇଁ ୪୦ ପ୍ରତିଶତ ରିହାତି ବ୍ୟବସ୍ଥା ରହିବ।ଏହାସହ ପୋଷଣ ସୁନିଶ୍ଚିତ ପାଇଁ ସରକାରୀ କ୍ୟାଣ୍ଟିନ, ସ୍କୁଲ ଓ ବିଭିନ୍ନ ଅନୁଷ୍ଠାନକୁ ମିଲେଟ୍ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ।

Leave a Reply

Your email address will not be published. Required fields are marked *