September 19, 2024

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଦକ୍ଷତା ବିକାଶ କର୍ମଶାଳା ‘କାର୍ଯ୍ୟକରମ’ ଉଦଘାଟିତ

1 min read

CREATOR: gd-jpeg v1.0 (using IJG JPEG v62), quality = 82

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଦକ୍ଷତା ବିକାଶ କର୍ମଶାଳା ‘କାର୍ଯ୍ୟକରମ’ ଉଦଘାଟିତ ହୋଇଛି। ଏଲଟିଆଇମାଇଣ୍ଡଟ୍ରିର ସିଏସଆର କାର୍ଯ୍ୟକ୍ରମ ସହ ମିଳିତ ସହଭାଗିତାରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏହାର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଏଲଟିଆଇମାଇଣ୍ଡଟ୍ରି ପୂର୍ବ ଜୋନର ସିଏସଆର ଆଞ୍ଚଳିକ ନିର୍ଦ୍ଦେଶକ ଜିତେନ୍ଦ୍ର ଘାଙ୍ଗସ୍ ଓ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଉଦଘାଟନ କରିଥିଲେ।

ଓଡ଼ିଶାର ୧୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଦକ୍ଷତା ବିକାଶ ତାଲିମ ଓ ନିଯୁକ୍ତି ସୁଯୋଗ ପ୍ରଦାନ କରି ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି। ପ୍ରଥମ ଦିନରେ ଏଠାରେ ୬୦ ଜଣ ଛାତ୍ରଛାତ୍ରୀକୁ ଉଦ୍ୟୋଗିକ ସିଲେଇ ମେସିନ୍ ଏବଂ ସିଏନସି ମେସିନ ଚଳାଇବା ପାଇଁ ତାଲିମ ଦିଆଯାଇଥିଲା।

“ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆମ ଛାତ୍ରଛାତ୍ରୀଙ୍କୁ ଶିଳ୍ପ ସମ୍ପର୍କିତ ଦକ୍ଷତାରେ ପ୍ରଶିକ୍ଷିତ କରିବା ଏବଂ ସେମାନଙ୍କ ନିଯୁକ୍ତି ଯୋଗ୍ୟତା ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରୟାସରେ ଏଲଟିଆଇମାଇଣ୍ଡଟ୍ରିର ସହଯୋଗ ଏବଂ ସମର୍ଥନ ପାଇଁ ଆମେ କୃତଜ୍ଞ”, କହିଛନ୍ତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ।

ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଭବିଷ୍ୟତରେ ଆହୁରି ବିସ୍ତାର କରାଯିବ ବୋଲି ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୋଜନା କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଅର୍ଥ ନିୟନ୍ତ୍ରକ ଦେବଶିଷ ପଣ୍ଡା, ପ୍ରୋଜେକ୍ଟ ଜିଏମ ସଞ୍ଜୀବ ମିଶ୍ର ଏବଂ ଉପପରିଚାଳନା ନିର୍ଦ୍ଦେଶକ ସ୍ଵାଗତିକା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *