March 12, 2025

ଶର୍ଟ ସର୍କିଟ ଯୋଗୁ ଘରେ ଅଗ୍ନିକାଣ୍ଡ

1 min read

ଛତ୍ରପୁର: ଚମାଖଣ୍ଡି ଥାନା ଅନ୍ତର୍ଗତ ବଡ଼ପୁଟି ସ୍ଥିତ ତିଅରବସା ଗ୍ରାମରେ ଜଣଙ୍କ ଘରେ ଶର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଛି l ଯାହା ଫଳରେ ଘରର ବିଭିନ୍ନ ଆସବାବ ପତ୍ର ନଷ୍ଟ ହେବା ସହିତ ଘରଟି ସମ୍ପୂର୍ଣ୍ଣ ପୋଡି ହୋଇଯାଇଛି l ଏଥିରେ ୩ ଜଣ ଆହତ ହୋଇ ଛତ୍ରପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତିଅରବସା ଗ୍ରାମର ଦୃଷ୍ଟିହୀନ ସୁଦର୍ଶନ ବେହେରାଙ୍କ ଘରେ ଆଜି ସା ସମୟରେ ହଠାତ୍‌ ବଲବ ଲାଇଟ ଫାଟି ଏପରି ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ସମ୍ପର୍କୀୟ ୩ ଜଣ ଭାଇ ଭଉଣୀ ଆହତ ହୋଇଛନ୍ତି । ଆହତମାନେ ହେଲେ ଶୁଭମ ବେହେରା, ଶିଶିର ବେହେରା ଓ ତାଙ୍କ ସମ୍ପର୍କୀୟ ଭଉଣୀ। ଖବରପାଇ ଅଗ୍ନିଶ୍ରମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସାମଗ୍ରୀ ଗୁଡିକ ନଷ୍ଟ ହୋଇଯାଇଛି। ସେମାନଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସୁଦର୍ଶନ ବେହେରା ଜଣେ ଦୃଷ୍ଟିହୀନ ସହ ଗରିବ ଶ୍ରେଣୀ ବ୍ୟକ୍ତି ହୋଇଥିବାରୁ ସରକାରଙ୍କ ତରଫରୁ ତାଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ଚନ୍ଦ୍ରମଣି ପାତ୍ର ଓ ଗୁରଦେବ ବେହେରା ଅନୁରୋଧ କରିଛନ୍ତି।