September 8, 2024

ସଚିନ୍ ପାଇଲଟ୍‌, କହିଲେ ବାଟମାରଣା ହୋଇଛି ବିକାଶ କାର୍ଯ୍ୟ

1 min read

ବାଲେଶ୍ୱର: ବର୍ତ୍ତମାନ ଦେଶରେ ନିର୍ବାଚନୀ ମାହୋଲ । ପ୍ରଚାରରେ କମ୍ପୁଛି ପଲ୍ଲିରୁ ସହର । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏଥିମଧ୍ୟରେ ଆଜି ବାଲେଶ୍ୱର ଗସ୍ତରେ ଆସି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ୍ । ବାଲେଶ୍ୱର ମିଶନ ପଡିଆରେ କଂଗ୍ରେସ ତରଫରୁ ଆୟୋଜିତ ସଂକଳ୍ପ ସମାବେଶରେ ସାମିଲ ହୋଇ ଉଭୟ ରାଜ୍ୟ-କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ସଚିନ ପାଇଲଟ୍ । ସେ ସିଧାସଳଖ ଭାବରେ ରଜ୍ୟ ସରକାରଙ୍କୁ ଟାର୍ଗେଟ କରି ଭର୍ତ୍ସନା କରିଥିଲେ ।

ବାଲେଶ୍ୱର ମିଶନ ପଡିଆରେ କଂଗ୍ରେସ ତରଫରୁ ଆୟୋଜିତ ସଂକଳ୍ପ ସମାବେଶରେ ସାମିଲ ହୋଇ ସେ କହିଥିଲେ, ‘ଓଡ଼ିଶାରେ ଦୁଇ ଦଳ ମିଶିଛନ୍ତି । ବିଜେପି-ବିଜେଡି ଭାଇ ଭାଇ ଭଳି ରହିଛନ୍ତି । ରାଜ୍ୟରେ ବିକାଶର କାର୍ଯ୍ୟ ସମ୍ପୂର୍ଣ୍ଣ ବାଟମାରଣା ହେଉଛି । ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି , ୪ର୍ଥ ପର୍ଯ୍ୟାୟରେ ହୋଇଥିବା ଭୋଟରେ ଏନଡିଏ ପଛଘୁଞ୍ଚା ଦେଇଛି ।’ କେବଳ ଏତିକି ନୁହେଁ , ଶ୍ରୀକାନ୍ତ ଜେନା ବାଲେଶ୍ୱର ସାଂସଦ ଥିଲା ସମୟରେ ଅନେକ ବିକାଶ ହୋଇଥିଲା । କିନ୍ତୁ ଏବେ ଏହି ଅଞ୍ଚଳରେ କୌଣସି ପ୍ରକାରର ଉନ୍ନତିକର କାର୍ଯ୍ୟ ହୋଇନାହିଁ । ସେ ବାଲେଶ୍ୱରବାସୀଙ୍କୁ ଅନୁରୋଧ କରି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *